ବାଣିଜ୍ୟ ଟେକ୍ସାସ୍ ୟୁନିଭରସିଟି (ଡଲାସ୍) ଦ୍ବାରା ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ Angul OnlineMarch 31, 2023March 31, 2023 ନୂଆଦିଲ୍ଲୀ – ଶିଳ୍ପ , ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ୧୯୯୨ ବ୍ୟାଚ୍ ର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି । ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ସେ ୨୦୧୦ରେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ । ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ବାରା ନିଜର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ 2011 ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବରେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲା । ପୁରାତନ ଛାତ୍ର ମାନଙ୍କ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଟେକ୍ସାସ ୟୁନିଭରସିଟି (ଡଲାସ)ର ସର୍ବୋଚ୍ଚ ସାମ୍ନାନ । ଯେଉଁମାନେ ସମାଜରେ ପରିବର୍ତ୍ତନ, ବିଶ୍ବବିଦ୍ୟାଳୟର ବିକାଶ ନିମନ୍ତେ ମହତ୍ୱପୂର୍ଣ ଯୋଗଦାନ କରିବା ସହିତ ଏବଂ ଉତ୍କର୍ଷର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । Advertisement
ହୋଣ୍ଡା ସ୍ମାର୍ଟ ଆକ୍ଟିଭାର ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତ ସ୍କୁଟର ହୋଣ୍ଡା ସ୍ମାର୍ଟ ଆକ୍ଟିଭାର ବଜ଼ାର…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର…