ସମସ୍ୟା ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ Angul OnlineFebruary 26, 2023February 26, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ . ପ୍ରିୟଦର୍ଶନୀ ସ୍ଵାଇଁ ମୁଖ୍ୟମନ୍ତ୍ରୀ , କୃଷିମନ୍ତ୍ରୀ ଓ କୃଷି ସଚିବଙ୍କୁ ଟୁଇଟ୍ କରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରି ପଦକ୍ଷେପ ନେବାକୁ କୃଷି ସଚିବ ଡ . ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।କିଶୋରନଗର ବ୍ଲକ କୃଷି ଅଧିକାରୀ ଏବଂ ଆଠମଲ୍ଲିକ କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ ଆଜି ଉକ୍ତ ଗ୍ରାମକୁ ଯାଇ ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗ୍ରାମର ପ୍ରାୟ ୧୫ ଏକର ଚାଷ ଜମିରେ ଖରାଟିଆ ଧାନଚାଷ ହୋଇଛି । କୀଟନାଶକ ଓଭର୍ଡୋଜ୍ ଯୋଗୁଁ ପ୍ରାୟ ୨ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାଛଡ଼ା ହଠାତ୍ ଖରା ବୃଦ୍ଧି ପାଇଥିବାରୁ ଆଉ କିଛି ଚାଷଜମିରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ରିହାତି ଦରରେ ସାର , ଔଷଧ ଆଦି ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହ ଖୁବ୍ଶୀଘ୍ର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କୃଷି ଅଧିକାରୀ ପମିଲ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । Advertisement
ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ଅବସ୍ଥିତ ମହାନଦୀ କୋଲଫିଲଡସ କମ୍ପାନୀର ବଳରାମ କୋଇଲାଖଣି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିଜର…
ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା ଅନୁଗୁଳ – ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା…
ଟିପିସିଓଡିଏଲ ଅଫିସ ସମ୍ମୁଖରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଗୁଳ – ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହାନ୍ଵ କ୍ରମେ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର…