ରାଜନୀତି ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରଜାର – ଭିକେ ପଣ୍ଡିୟାନ Angul OnlineMay 14, 2024May 14, 2024 ଅନୁଗୁଳ – ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନ । ଗତକାଲି ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ଓ ପରେ ତାଳଚେର ନିର୍ବାଚନ ମଣ୍ଡଳୀର କୋଳିୟାରୀ ପଡିଆ ଠାରେ ସାଧାରଣ ସଭାରେ ଯୋଗ ଦେବା ପରେ ସନ୍ଧ୍ୟାରେ ଅନୁଗୁଳ ସହରରେ ମେଗା ରୋଡ଼ ଶୋ କରିଥିଲେ କାର୍ତ୍ତିକ । ଉଭୟ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା କୁହନ୍ତି କାମରେ କରି ଦେଖାନ୍ତି ବୋଲି କହିଥିଲେ । ଏହା ଶା ଜୁଲାଇ ମାସଠାରୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ କରି ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା କହିଥିଲେ । ପରେ ରୋଡ଼ ଶୋ ରେ ତାଙ୍କୁ ଅଦ୍ଭୂତପୂର୍ବ ଜନ ସମର୍ଥନ ଦେଖିବାକୁ ମିଳିଥିଲା । ରାଧାରମଣପଡା ଠାରୁ ଆରମ୍ଭ କରି ଶିମିଳିପଡା , ପୁରୁଣା ବସଷ୍ଟାଣ୍ଡ , ବଜାର ଛକ , ଗାନ୍ଧୀ ମାର୍ଗ ଆଦିରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ତେବେ ଆଜି ସକାଳେ କାର୍ତ୍ତିକ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତର ଦ୍ଵିତୀୟ ଦିନରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଠାରେ ପ୍ରଭୁ ଜଗନ୍ନାଥଙ୍କ ଓ ମା ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ପରେ ସଭାଘର ଠାରେ ପହଁଛି ବିଭିନ୍ନ ବର୍ଗ , ବିଭିନ୍ନ ସମ୍ପ୍ରଦାୟ ଓ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଅଭିଯୋଗ ପାଇବା ପରେ ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିବା ସହ ରାଜ୍ୟ ସରକାର ଜାଗା ମିଶନ ଭଳି ଐତିହାସିକ ପଦକ୍ଷେପ ନେଇ ଲୋକଙ୍କୁ ସ୍ଥାୟୀ ପଟା ପ୍ରଦାନ କରା ଯାଇଛି ଯାହାକି ସାରା ବିଶ୍ୱରେ କେବଳ ନବୀନ ପଟ୍ଟନାୟକ କରି ପାରିଛନ୍ତି । ଅନ୍ୟ ରାଜ୍ୟରେ ଲୋକଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କରା ଯାଉଥିବା ବେଳେ ବିଜୁ ଜନତା ଦଳ ସରକାର ଲୋକଙ୍କ ସାଥିରେ ଥିବା ଯୋଗୁଁ ଜାଗା ମିଶନରେ ପଟା ପ୍ରଦାନ କରିଛି । ମାହାପ୍ରଭୁଙ୍କ ଆର୍ଶୀବାଦ ଓ ଲୋକଙ୍କ ଭରସା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ଆସନ ଭାର ସମ୍ଭାଳିବେ । ଆଉ ଦାୟିତ୍ୱ ଗ୍ରହଣର ପ୍ରଥନ ଦିନରେ ବିଜୁଳି ଛାଡ଼ କରିବେ । ରାଜ୍ୟ ସରକାରଙ୍କ ଏଭଳି ଯୋଜନା ଦେଖି କେନ୍ଦ୍ର ଛାନିଆ ହେଲାଣି । ଦିନରେ ଲଣ୍ଠନ ଦେଖାଇ ସୋଲାର ସିଷ୍ଟମରେ ବିଦ୍ୟୁତ ଦେବେ ବୋଲି କହୁଛନ୍ତି । ଯଦି ନୂଆଁ ଓଡିଶା ତଥା ସଶକ୍ତ ଓଡିଶା ଗଠନ କରିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କର ସ୍ୱପ୍ନ ପୂରଣ କରିବାକୁ ହେବ । ଆଉ ଏଥିପାଇଁ ନବୀନ ପଟ୍ଟନାୟକ ଛାତ୍ରବୃତ୍ତିର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୯୮ ପ୍ରତିଶତ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି ବୋଲି ସେ କହି କହିଥିଲେ । ଏହା ସହ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଯୋଡି ଶଂଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ବେଳେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଜେପିର ପୂର୍ବତନ ଷ୍ଟେଟ ଏକଯ୍ୟୁକେଟିଭ ମେମ୍ବର ତଥା ବିଜେପି ନେସନାଲ ରିସର୍ଚ୍ଚ ପଲିସି ମେମ୍ବର ସଂଘମିତ୍ରା ପ୍ରଧାନ , କଂଗ୍ରେସର ବ୍ରହ୍ମଜ୍ୟୋତି ମିଶ୍ରଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମିଲ ହେବା ସହ ଦଳକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ବିଜେପିରେ ନୀତି ଆଉ ଆଦର୍ଶ ବୋଲି କିଛି ନାହିଁ । ଦଳରେ ସଂଗଠକ ମାନଙ୍କୁ ପ୍ରତାରିତ କାରା ଯାଉଛି । ଏଥିପାଇଁ ସେ ବିଜେପି ଛାଡିବା ସହ ବିଜୁ ଜନତା ଦଳର ସୁପ୍ରିମୋ ଙ୍କ ଭିଜନରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସଂଘମିତ୍ରା କହିଛନ୍ତି । Advertisement
କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ…
ସ୍ଵାୟତ ଶାସନ ଦିବସକୁ ବର୍ଜନ କଲେ ବିଜେଡ଼ି କାଉନସିଲର ସମେତ ପୌରାଧ୍ୟକ୍ଷ ତାଳଚେର – ୧୯୫୨ ମସିହାରେ ସ୍ଥାପିତ ତାଳଚେର ପୌରପାଳିକା ତା’ର ୭୧ ତମ ଜନ୍ମ ଦିବସ ତଥା ସ୍ବାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଅବ୍ୟବସ୍ଥା ଭିତରେ…
ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ !! ଭୁବନେଶ୍ୱର – ଢେଙ୍କାନାଳ ଲୋକସଭା ଆସନରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ନା କୌଣସି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ…