ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା

ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା

ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗର‌ରେ ଘଟିଛି । ସୁଚନା ଅନୁସାରେ, ପ୍ରଗତିନଗରରେ ଥିବା ବିଦେଶୀ ମଦ ଦୋକାନ‌କୁ କିଛି ଯୁବକ ଯାଇ ମାଗଣା ମଦ ଦେବାକୁ କହିଥିଲେ । ଦୋକାନରେ ଥିବା ସେଲସମ୍ୟାନ ମନା କରିବାରୁ ସେମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଏହାର କିଛି ସମୟ ପରେ ଦୋକାନର ସେଲସମ୍ୟାନମାନେ ଘରକୁ ଖାଇବାକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ଏହି ଯୁବକମାନେ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଛୁରୀ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ଏପରିକି ଜଣଙ୍କ ଦେହରେ ଖଣ୍ଡା ଚୋଟ ବାଜିଥିଲା । ଏହା ଦେଖି ସେଲସମ୍ୟାନମାନେ ଭୟରେ ଦୋକାନ ଭିତରକୁ ପଶି ଯାଇଥିଲେ । ପରେ ଉକ୍ତ ଯୁବକ ମାନେ ଦୋକାନ ଭିତରକୁ ଖଣ୍ଡା , ଭୁଜାଲି ବୁଲାଇବା ସହ ବିଅର ବୋତଲ ଫିଙ୍ଗିଥିଲେ । ଏଥିରେ ଦୋକାନର କିଛି ସାମଗ୍ରୀ ନଷ୍ଟ ହୋଇ ଯାଇଥିଲା । ଏ ସଂପର୍କରେ ଦୋକାନ ମ୍ୟାନେଜର ଚନ୍ଦନ କୁମାର ଅନୁଗୁଳ ସଦର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆକ୍ରମଣ କରିଥିବା ଯୁବକ ମାନେ କୁମଣ୍ଡ ଗାଁର ବୋଲି ଅଭିଯୋଗ ହୋଇଛି ।

What’s your Reaction?
+1
0
+1
0
+1
1
+1
0
+1
1
+1
1
+1
0

Leave a Reply