ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ – ମିଳିଲା ପୁଳାପୁଳା ଟଙ୍କା

ଅନୁଗୁଳ – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ଼ ।ଅନୁଗୋଳ ଜିଲ୍ଲାର ୪ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ମିଳିଛି ।ଅନୁଗୋଳ କାରଡ଼ାଗାଡ଼ିଆସ୍ଥିତ ବାସଭବନରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ,ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି । ଘରୁ ପୁଳା ପୁଳା ଟଙ୍କା ମିଳିଥିବା ସୂଚନା ମିଳିଛି । ପ୍ରାୟ ଏକ କୋଟି ନଗଦ ଟଙ୍କା ମିଳିଥିବା ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *