ଅପରାଧ ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ୍.ଆଇ.କୁ ଗିରଫ କଲା ଭିଜିଲାନସ Angul OnlineJuly 26, 2023July 26, 2023 ଅନୁଗୋଳ – ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏ.ଏସ୍.ଆଇ. ନବୀନ କୁମାର ଶତପଥୀ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଏକ ପାରିବାରିକ କେସକୁ ରଫାଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ସୁଚନା ଅନୁସାରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବେଲାଦୁଲାର ପଞ୍ଚାନନ ମେହେରଙ୍କ ପାରିବାରିକ କଳହ ସମାଧାନ ପାଇଁ ଏ.ଏସ୍.ଆଇ. ନବୀନ ଶତପଥୀ ୧୫ ହଜାର ଟଙ୍କା ଦାବି କରିଥିଲେ । ପଞ୍ଚାନନ ପ୍ରଥମେ ୨ ହଜାର ଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ଯୋଜନା ମୁତାବକ ପଞ୍ଚାନନ ବୌଦ୍ଧ ବସଷ୍ଟାଣ୍ଡରେ ଏ.ଏସ୍.ଆଇ. ନବୀନ ଶତପଥୀଙ୍କୁ ୮ ହଜାର ଟଙ୍କା ଦେଲା ବେଳେ ଧରିଛି । ତାଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରି ଗିରଫ କରିଛି ଭିଜିଲାନ୍ସ । ଏ.ଏସ୍.ଆଇ. ନବୀନ ଶତପଥୀଙ୍କ ବୌଦ୍ଧ ବୁଟୁପାଲି ସ୍ଥିତ ବାସଭବନ ସମେତ ତିନୋଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଛି । Advertisement
ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦…
ମ୍ୟାନେଜର କରିଥିଲେ ନକଲି ବନ୍ଧୁକ ଦେଖାଇ ଲୁଟ – ମ୍ୟାନେଜର ସମେତ ୫ ଜଣ ଗିରଫ ଅନୁଗୁଳ – ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଂଚଳରେ ଥିବା ଫ୍ଲିପ କାର୍ଟର ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ…
ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ନାଲକୋନଗର – ଅନଗୁଳ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ଅର୍ଦ୍ଧ ଦଗ୍ଧ ମୃତଦେହ ସାଙ୍ଗକୁ ଏକ ପୋଡ଼ା ସାଇକେଲ ପଡିଥିବା ସ୍ଥାନୀୟ…