ଆଞ୍ଚଳିକ ଜୋର ଜବରଦସ୍ତି କରୁଥିବା ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗାଁ ମହିଳା Angul OnlineJune 21, 2021June 21, 2021 ଅନୁଗୁଳ – ପଞ୍ଚାୟତରେ ଯେଉଁ ଜାଗାରେ ଅଧିକ ସରକାରୀ ଜାଗା ଅଛି ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନ କରି ଜୋର ଜବରଦସ୍ତି ଏକ ପଥରବଣି କିସମ ଜାଗାରେ ଗୃହ ନିର୍ମାଣକୁ ବିରୋଦ୍ଧ କରିଛନ୍ତି ସାନ୍ତରାପୁର ଗ୍ରାମର ମହିଳା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ଗ୍ରାମ ପଞ୍ଚାୟତର ନୂତନ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଜାଗା ଖାତା ନଂ :୩୫୧, ପ୍ଲଟ ନଂ : ୨୧୪୦ ଏକ ପଥରବଣି କିସମର ଜାଗା । ପଞ୍ଚାୟତର ବିକାଶ ଚାହୁଁ ନଥିବା କିଛି ସ୍ୱାର୍ଥନେସି ଲୋକ ଏହାର କିସମ ବଦଳାଇ ଏହି ଜାଗାଟିକୁ ପ୍ରସ୍ତାବିତ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଆଜି ଏହି କାର୍ଯ୍ୟ ଆରମ୍ଭ ହେବାରୁ ଗାଁର ମହିଳା ମାନେ ବିରୋଦ୍ଧ କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି । ସେମାନଙ୍କ ଦାବି ହେଲା ଯେ ସାନ୍ତରାପୁର ପଞ୍ଚାୟତର ସାନ୍ତରାପୁର ମୌଜାରେ ଥିବା ସର୍ବାଧିକ ସରକାରୀ ଜାଗା ଖାତା ନଂ : ୩୫୩, ପ୍ଲଟ ନଂ : ୨୫୬୯ ରେ ନୂତନ ପଞ୍ଚାୟତ ଗୃହ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଆଗାମୀ ଭବିଷ୍ୟତ ପାଇଁ ଏହି ଜାଗାରେ ସବୁକିଛି ସରକାରୀ ଘର ହେଇପାରିବ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତ କାର୍ଯ୍ୟାଳୟ ଗୃହ ସର୍ବାଧିକ ସରକାରୀ ଜାଗାରେ ନହେଲେ ବିରୋଦ୍ଧ ଜାରି ରହିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । Advertisement
ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଆସନ୍ତା ୨ ତାରିଖ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ଭାରତୀୟ(ରାଷ୍ଟ୍ରୀୟ)ନବବର୍ଷ ପାଳିବାକୁ ଯାଉଛି । ପୂର୍ବାହ୍ନ ୫ ଘଟିକା…
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ…
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…