ଟିଙ୍କ ପ୍ରାଦୁର୍ଭାବରେ ଆତଙ୍କିତ ଗ୍ରାମବାସୀ

ପାଲଲହଡା – ସନ୍ଧ୍ୟା ହେଲେ ପତରିଆ ଟିଙ୍କର ଆତଙ୍କ । ଦୁଇ ଦିନ ହେବ ଅସ୍ତବ୍ୟସ୍ତ ଗ୍ରାମବାସୀ । ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର ଭିତର ବାହାର ଚାରିଆଡେ ଏହି ପତରିଆ ଟିଙ୍କଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି, ଏହି ଟିଙ୍କ ମଣିଷ ଦେହରେ ଲାଗିବା ଫଳରେ କୁଣ୍ଡେଇ ହେବା ସହ ପୋଡା ଜଳା ହେଉଛି ।

ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗାଁ ରେ ଏବେ ପତରିଆ ଟିଙ୍କ ଆକ୍ରମଣ ଯୋଗୁଁ ଗାଁରେ ଆତଙ୍କ ଖେଳି ଯାଇଛି । ସନ୍ଧ୍ୟା ହେଲେ ଏହି ଟିଙ୍କ ମାନଙ୍କ ଆବିର୍ଭାବ ହେଉଛି । ଦିନ ବେଳେ ଦେଖା ଯାଉନାହାନ୍ତି , ସନ୍ଧ୍ୟାରେ ଚାରିଆଡେ ଛାଇ ଯାଉଛନ୍ତି । କୁନି କୁନି ଛୁଆ ମାନଙ୍କଠୁ ଆରମ୍ଭ କରି ବଡ ଲୋକଙ୍କ ଠାରୁ ରକ୍ତ ଶୋଷି ଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ଦିନରେ ପ୍ରବଳ ଗୁଳୁଗୁଳି ଏବଂ ରାତିରେ ପତରିଆ ଟିଙ୍କ ମାନଙ୍କର ଆତଙ୍କ ଜନସାଧାରଣଙ୍କ ବଞ୍ଚିବା ମୁସ୍କିଲ୍ କରିଦେଇଛି । ଦିନକୁ ଦିନ ପତରିଆ ଟିଙ୍କ ବୃଦ୍ଧି ପାଉଛି । ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ପ୍ରତିକାର ବ୍ୟବସ୍ଥା ନିମନ୍ତେ ଗ୍ରାମବାସୀ ପ୍ରଶାସନଙ୍କ ନିକଟରେ ଦାବି ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *