ସମସ୍ୟା ଫ୍ଲାଏ ଓଭର ନିର୍ମାଣକୁ ନେଇ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ – ୧୭ ଗିରଫ Angul OnlineJune 8, 2022June 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦିଘି ଗ୍ରାମରେ ଜମି ଅଧଗ୍ରହଣ ବେଳେ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତାଳଚେର ଥର୍ମାଲ ଅନ୍ତର୍ଗତ ଦିଘି ଗ୍ରାମର ପାଖରେ ୨୦୧୫ ମସିହାରୁ ବନ୍ଦ ପଡ଼ିଥିବା ଓଭରବ୍ରିଜ୍ କାର୍ଯ୍ୟକୁ ଚାଲୁ କରିବା ପାଇଁ ତାଳଚେର ପ୍ରଶାସନ ତତ୍ପରତା ଦେଖାଇ ଜାଗା ଅଧିଗ୍ରହଣ କରୁଥିବା ବେଳେ ଏହାର ପ୍ରତିବାଦ କରିଥିଲେ ଗ୍ରାମବାସୀ । ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ବେଳେ ଗାଁର ଅନ୍ୟ ସମସ୍ତ ଲୋକ କ୍ଷତିପୂରଣ ପାଇ ସାରିଥିବା ବେଳେ ଆଉ ମାତ୍ର ୧୦ ଘରର ପରିବାରଙ୍କ ଜାଗା ବିସ୍ଥାପିତ ହେବାର ଥିଲା । ଏହି ୧୦ ପରିବାର ଦୀର୍ଘ ୭ବର୍ଷ ହେଲା ଥାଇଥାନ ପାଇଁ ଥର୍ମାଲ ଟିଟିପିଏସ୍ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସହ ବାରମ୍ବାର ଆଲୋଚନା କରୁଥିଲେ ମଧ୍ୟ କୌଣସି ବାଟ ବାହାରି ପାରୁ ନ ଥିଲା । ସେମାନଙ୍କ କହିବା କଥା କହିବା କଥା ସେମାନେ ୧୯୬୦ ମସିହାରେ TTPS ପାଇଁ ବିସ୍ଥାପିତ ହୋଇଥିଲେ । ସେଠାରୁ ସଠିକ ଭରଣା ପାଇଁ ନଥିବା ବେଳେ ଏବେ ପୁଣି ଫ୍ଲାଏ ଓଭର ପାଇଁ ବିସ୍ଥାପିତ କରାଯାଉଛି । ଏଥିପାଇଁ ୨୦୧୩ ରିହାବିଲଟେସନ ଏବଂ ରିସେଟଲମେଣ୍ଟ ପଲିସି ଅନୁସାରେ କ୍ଷତିପୂରଣ ପ୍ରଦାନ , ନିଯୁକ୍ତି ଓ ଥଇଥାନ କରିବା କଥା । ହେଲେ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ସେମାନେ ୨୦୧୭ ମସିହାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକି ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି । ଯାହାପର ଠାରୁ ଫ୍ଲାଏ ଓଭର କାମ ବନ୍ଦ ରହିଥିଲା । ତେବେ ତାଳଚେରବାସୀଙ୍କ ସମୂହ ସ୍ଵାର୍ଥ ପାଇଁ ତାଳଚେର ଉପଜିଲ୍ଲାପାଳ , ତହସିଲଦାର , ତାଳଚେର ଏସ୍ଡିପିଓ , ପୁଲିସକୁ ନେଇ ଜାଗା ଉପରେ ଅଧିକରଣ କରୁଥିବା ବେଳେ ୧୦ଟି ପରିବାରର ଉଭୟ ପୁରୁଷ ମହିଳା ଓ ସ୍ଥାନୀୟ ସରପଞ୍ଚଙ୍କୁନେଇ ପ୍ରତିବାଦ କରିଥିଲେ । ଗ୍ରାମବାସୀ କହିବାକଥା , ଆମେ ତିନି ତିନି ଥର ଟିଟିପିଏସ୍ ଦ୍ଵାରା ବିସ୍ଥାପିତ ହେଲୁଣି । ପ୍ରଥମେ ଆମକୁ ଥଇଥାନ କର ତାପରେ ଆମେ ଜାଗା ଛାଡ଼ିବୁ କିନ୍ତୁ ପ୍ରଶାସନ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲା ତେବେ ଜାଗା ଉପରେ ବିରୋଧ କରୁଥିବା ସରପଞ୍ଚ ଓ ସମସ୍ତ ପରିବାରର ମହିଳା ପୁରୁଷଙ୍କୁ ପୁଲିସ ଉଠାଇନେବା ସହ ଜମି ଅଧିକରଣ କାର୍ଯ୍ୟ ଜାରି ରହିଥିଲା । Advertisement
ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି ଅନୁଗୁଳ – ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି…
ଗାଁ କୁ ଗାଁ ହାତୀ ଘଉଡାଇ ଜଙ୍ଗଲ ବିଭାଗ ଏବେ ଗୋପାଳ ସାଜିଛି – ସାମାଜିକ ସୁରକ୍ଷା ମଞ୍ଚ ଅନୁଗୁଳ – ହାତୀ ଯୋଗୁଁ ଅନୁଗୁଳବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ଅନେକ ସମୟରେ ହାତୀ ପଲ ଜନ ବସତି ମୁହାଁ ହେଉଥିବା ବେଳେ…
ଅପନ୍ତରା ଅଞ୍ଚଳରେ ପଡିଲା ପ୍ରଶାସନର ପାଦ – ନିର୍ମାଣ ହେଲା ରାସ୍ତା ଅନୁଗୁଳ – ଅପନ୍ତରା ଅଞ୍ଚଳ ହୋଇଥିବାରୁ ଯେଉଁ ଗାଁକୁ ରାସ୍ତାଟିଏ ନଥିଲା ପ୍ରଶାସନର ପାଦ ପଡ଼ିବା ପରେ ତାହାକୁ ନିର୍ମାଣ କରାଯାଇଛି । ଫଳରେ ଯେଉଁ ଗାଁକୁ…