ମୁଖ୍ୟ ଖବର କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) Angul OnlineAugust 19, 2023August 19, 2023 ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଏକ ବିରାଟକାୟ କୁମ୍ଭୀର ଦେଖିବା ପରେ ଗାଁରେ ଏବେ ଭୟର ବାତାବରଣ । ସୂଚନା ଅନୁସାରେ ଗାଁର ଦୁଇଜଣ ଯୁବକ ନଦୀ କୂଳରେ ବସି ବନଶୀ କଣ୍ଟାରେ ମାଛ ମାରୁଥିଲେ । ଏହି ସମୟରେ ଏକ ବିରାଟ କୁମ୍ଭୀର ପାଣିରେ ଭାସୁଥିବା ସେମାନେ ଦେଖିଥିଲେ । ଏହା ଦେଖି ସେମାନେ ଭୟରେ ଦଉଡି ପଳାଇ ଆସିବା ସହ ଗାଁରେ କହିଥିଲେ । ଗାଁ ଲୋକ କୁମ୍ଭୀର ଥିବା ଜାଣି ଏବେ ଭୟରେ । କାରଣ ନଦୀ ଉପରେ ଗ୍ରାମବାସୀ ପ୍ରାୟ ନିର୍ଭରଶୀଳ । ଏହା ସହ ନଦୀକୁ ଲାଗି ଧାନ ଜମି ଲାଗି ରହିଛି । କେତେବେଳେ ନଦୀ ପାଣିରୁ ଉଠି ଆସିବ ବୋଲି ଚିନ୍ତାରେ ଲୋକେ । ତେବେ ଖବର ପାଇ ବନ ବିଭାଗ ଓ ପୁଲିସ ଗାଁରେ ପହଞ୍ଚି କୁମ୍ଭୀରର ସତ୍ୟତା ନେଇ ତଦନ୍ତ କରୁଛି ।ବନ ବିଭାଗ ମାଇକ ଦ୍ୱାରା ଲୋକଙ୍କୁ ନଦୀକୁ ନ ଯିବା ପାଇଁ ସଚେତନ ମଧ୍ଯ କରା ଯାଇଛି । https://angulonline.com/wp-content/uploads/2023/08/WhatsApp-Video-2023-08-19-at-23.02.43.mp4 Advertisement
ଦୁର୍ବୃତ୍ତଙ୍କ ଆତଙ୍କରାଜ – ସଂଖ୍ୟାଧିକ ଗାଡିର କାଚ ସହ ଅଫିସ ଭଙ୍ଗାରୁଜା ତାଳଚେର – ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ…
ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଅନୁଗୁଳ – ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଠାରୁ ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କୃଷ୍ଣା ମହାନ୍ତି । ପୌର ପ୍ରଶାସନର ମନମୁଖୀ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…