ଶିକ୍ଷକଙ୍କ ବଦଳି ଯୋଗୁଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷକଙ୍କ ବଦଳି ଯୋଗୁଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ – ଅନୁଗୁଳ ବ୍ଲକ ନୂଆସାହି ୟୁପି ସ୍କୁଲରେ ଶିକ୍ଷକ ବଦଳି ଯୋଗୁଁ ମଙ୍ଗଳବାର ଗ୍ରାମବାସୀ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ ନୂଆସାହି ୟୁପି ସ୍କୁଲରେ ୨ ଜଣ ବିଜ୍ଞାନ ଶିକ୍ଷକ ରହିବାର ନିୟମ ଥିବାବେଳେ ଜଣେ ଶିକ୍ଷକ ନିଯୁକ୍ତି ପାଇଥିଲେ । ତେବେ ନିକଟରେ ବିଜ୍ଞାନ ଶିକ୍ଷକ ବିଜୟ କୁମାର ସାମଲଙ୍କୁ ମଧ୍ୟ ବଦଳି କାର ଯାଇଥିବା ବେଳେ ପ୍ରତିବଦଳରେ କାହାକୁ ନିଯୁକ୍ତି ଦିଆ ଯାଇନାହିଁ । ଏଥିପାଇଁ ଗ୍ରାମବାସୀ ଏହାର ପ୍ରତିବାଦ କରି ଜିଲ୍ଲା ଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ । ତେବେ ଫଳ କିଛି ମିଳିନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଆଜି ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିଲେ । ଏପରିକି ସ୍କୁଲ ଛତ୍ର ଛାତ୍ରୀମାନେ ମଧ୍ୟ ଫାଟକ ସମ୍ମୁଖରେ ବସି ରହିଥିଲେ । ଖବର ପାଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକ ଦେବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ଧାରଣାରୁ ହଟି ଥିଲେ ।

     

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply