Uncategorized ବିସ୍ଥାପନ କଲୋନୀ ନିର୍ମାଣ ସ୍ଥାନକୁ ନେଇ କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ Angul OnlineAugust 5, 2024August 5, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ସଳ୍ପଝରଣରେ ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ନାଲକୋ କମ୍ପାନୀ ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ଖଣିକୁ ଜମିଅଧିଗ୍ରହଣ କରିଛି । ଜମିଅଧିଗ୍ରହଣରେ ନାଣ୍ଡିଛୋଡ ଗୋପିବଲଭପୁର ଗ୍ରାମବାସୀ ମାନେ ବିସ୍ଥାପିତ ହେଉଛନ୍ତି । ଏହି ବିସ୍ଥାପିତ ପରିବାରଙ୍କୁ କୋଶଳା ଗ୍ରାମର ୫୪ ଏକର ସଳ୍ପଝରଣ କାଜୁ ଓ ଶାଳ ଜଙ୍ଗଲ ଜମିରେ ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରିଛନ୍ତି । ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ କମ୍ପାନୀ ଅଧିକାରୀ, ପୂଲିସ ଓ ରାଜସ୍ୱ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜମି ଚିହ୍ନଟ କରୁଥିଲେ । ଦୀର୍ଘ ଦିନରୁ ଜଗାରଖା କରି ଜଙ୍ଗଲ ଓ କାଜୁ ରୋପଣ କରିଥିବାରୁ ସେଠାରେ ବିସ୍ଥାପନ କଲୋନୀ କରିବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଗ୍ରାମ ସଭାପତି କୁତାର୍ଥ ଦେହୁରୀ ଓ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ଜମି ଚିହ୍ନଟ କରିନପାରି ରାଜସ୍ୱ ବିଭାଗ କର୍ମଚାରୀ, ପୋଲିସ ଓ କମ୍ପାନୀ ଅଧିକାରୀ ମାନେ ଫେରିଯାଇଥିଲେ। Advertisement
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଅନୁଗୁଳ – ଦଶମ ପରୀକ୍ଷା ରେ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ହର୍ଡୋୟାର ବିଷୟରେ (OPATIONAL) ପ୍ରଶ୍ନ ପତ୍ରରେ ଭୁଲ ଥିବା ନେଇ ଅଭିଯୋଗ…
ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ…
ଗୋଟିଏ ଦିନରେ ପାଣିରୁ ତିନି ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନର ପାଣି ଭିତରୁ ତିନୋଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୁନାଭୁଇଁ ଗାଁର କମ୍ପ୍ୟୁଟର…