ମୁଖ୍ୟ ଖବର ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ Angul OnlineNovember 7, 2021November 7, 2021 ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮ ଜଣ ପ୍ରାୟ ୧୪ବର୍ଷ ଧରି ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ ଉପସ୍ଥାପନ କରିଆସୁଛନ୍ତି । ଏପରିକି ଗତ ୨୦୧୮ ମସିହାରେ ପ୍ରାୟ ଏକମାସ ଧରି ସପରିବାରଙ୍କୁ ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସିଥିଲେ । ୯ମ ଆର.ପି.ଡି.ସି. ବୈଠକରେ ମାନ୍ୟବର ସାଂସଦ ଢେଙ୍କାନାଳ ଓ ମାନ୍ୟବର ସାଂସଦ ସମ୍ବଲପୁର ତଥା ସମସ୍ତ ବିଧାୟକ ନାଲକୋର ଅଧ୍ୟକ୍ଷଙ୍କୁ ଆସନ୍ତା ୩ ମାସ ମଧ୍ୟରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଏବଂ ନାଲକୋର ଅଧ୍ୟକ୍ଷ ମହୋଦୟ ମଧ୍ୟ ଏଥିରେ ସମ୍ମତି ପ୍ରଦାନ କରିଥିଲେ । କିନ୍ତୁ ଆଜକୁ ବୈଠକ ସମାପ୍ତିର ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ନାଲକୋ ପ୍ରଶାସନ ୯ମ ଆର.ପି.ଡି.ସି. ବୈଠକର ନିଷ୍ପତ୍ତିକୁ ହେୟ ମନେକରି ଆଜିଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଗତ ତା.୦୫ , ୧୦ , ୨୦୨୧ ଦିନ ଚିଠି ନଂ . –NSLAP / T & A / 14 / 2021 ମହାପ୍ରବନ୍ଧକ , ସି.ପି.ପି. ଓ ତା . ୧୩.୧୦.୨୦୨୧ ରିଖ ଦିନ ଚିଠି ନଂ.- NSLAP / T & A / 15 / 2021 ମହାପ୍ରବନ୍ଧକ , ସ୍ମେଲଟରଙ୍କ ଜରିଆରେ ଦୁଇଟି ୧୦ଦଫା ସମ୍ବଳିତ ଦାବୀପତ୍ର ନାଲକୋ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦେଇ ୧୫ ଦିନର ମହଲତ ଦିଆ ଯାଇଥିଲା । ଏଣୁ ବାଧ୍ୟ ହୋଇ ନାଲକୋ କ୍ଷତିଗ୍ରସ୍ତ ୩ ଟି ବିଧାନସଭା କ୍ଷେତ୍ରର ୩୯ଟି ଗ୍ରାମର ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ.ଏ.ପି. ) ୧୯୮ ପ୍ରଜା ସପରିବାର ଭାରତ ସରକାର ଓ ରାଜ୍ୟସରକାରଙ୍କ ଦ୍ବାରା ଲାଗୁ ହୋଇଥିବା କୋଭିତ ନିୟମାବଳୀକୁ ଆଖି ଆଗରେ ରଖି ଗଣତାନ୍ତ୍ରିକ ଉପାୟରେ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୦୯ ତାରିଖ ସକାଳ ୬ ଘଟିକା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ସଙ୍ଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । Advertisement
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ଅପାରଗ ଟ୍ୟାକ୍ସ କଲେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ପୁଣି ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ…