ମୁଖ୍ୟ ଖବର ଗତିଶୀଳ ଆଲୋକ କଣ !!! Angul OnlineDecember 15, 2022December 15, 2022 ଅନୁଗୁଳ – ଆଜି ସନ୍ଧ୍ୟା ସମୟରେ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଭୟଭୀତ ହୋଇଯାଇଛନ୍ତି । ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଏଲିଆନର ଉଡ଼ନ୍ତା ଥାଳିଆ କହୁଥିବା ବେଳେ କିଛି ଏହାକୁ ଧୂମକେତୁ ଓ ଉଲକାପିଣ୍ଡ ବୋଲି କହିଛନ୍ତି । କେହି କେହି ତ ଏହାକୁ ସ୍ପେଶ୍ ଏକ୍ସର ଷ୍ଟାରଲିଙ୍କ ବୋଲି କହିଛନ୍ତି । ସନ୍ଧ୍ୟା ସମୟରେ ଏକ ଜ୍ୱାଳାମୁଖୀ କ୍ଷୀପ୍ର ଗତିରେ ଅଗ୍ରସର ହେବାର ନଜର ଆସିଥିଲା । ତେବେ ଏହା ଅଗ୍ନି-୫ ବାଲିଷ୍ଟିକ ମିସାଇଲର ଦୃଶ୍ୟ ବୋଲି ସୂଚନା ମିଳୁଛି । ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟରକଣ୍ଟିନେଣ୍ଟାଲ ଅଗ୍ନି-୫ ମିସାଇଲ ପରୀକ୍ଷଣ ହେବା ପରେ ଏହି ଦୃଶ୍ୟ ଦେଖାଯାଇଥିଲା । ଅଗ୍ନି-୫ ମିସାଇଲ ଉତକ୍ଷେପଣ ହେବା ପରେ ଟାର୍ଗେଟକୁ ହିଟ୍ କରିଥିଲା । ଏହି ଅଗ୍ନି-୫ ମିସାଇଲ ଓଡିଶା ଉପକୂଳରୁ ଉତକ୍ଷେପଣ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ଆକାଶରେ ଏହା ଦୃଶ୍ୟମାନ ହୋଇଥିଲା । ଯାହାକୁ ଦେଖି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଲୋକେ ଏହାକୁ ଭିନ୍ନ ଭିନ୍ନ ଜିନିଷ ସହ ଯୋଡ଼ିଥିଲେ । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ସନ୍ଧ୍ୟା ସମୟରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗ୍ନୀ-୫ କ୍ଷେପଣାସ୍ତ୍ରକୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବା ବେଳେ, ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା ୫୪୦୦ କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । Advertisement
ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ…
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…
ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି…