ମୁଖ୍ୟ ଖବର ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ Angul OnlineOctober 6, 2023October 7, 2023 ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ ବାବୁ ଆଡୁଆରେ ପଡି ଯାଇ ଥିଲେ । ମହିଳା ଓ ତାଙ୍କ ସମ୍ପର୍କୀୟ ଦୁଇ ଘଣ୍ଟା ଧରି ପୁଲିସ ବାବୁଙ୍କୁ ଅଟକ ରଖିବା ପରେ ବରିଷ୍ଠ ଅଧିକାରୀ ମାନେ ଯାଇ ତାଙ୍କୁ ଉଦ୍ଧାର କରି ଆଣିଥିଲେ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଠାକୁରଗଡ ଅଂଚଳରେ ଘଟିଥିବା ବେଳେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନା ଅନୁସାରେ ଠାକୁରଗଡ ଥାନା ଅଂଚଳର ଜଣେ ମହିଳାଙ୍କର କିଛି ମାସ ପୁର୍ବରୁ ଏକ ମାମଲା ହୋଇଥିଲା । ଏହି ମାମଲା ପାଇଁ ସେ ଥାନାକୁ ଯାଇଥିଲେ । ଏହି ମାମଲା ପାଇଁ ଥାନାକୁ ଯିବା ଆସିବା ବେଳେ ଜଣେ ଏ ଏସ ଆଇଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଉଭୟଙ୍କ ପରିଚୟ ହେବା ପରେ ମହିଳାଙ୍କ ମୋବାଇଲ ନମ୍ବର ଏ ଏସ ଆଇ ଜଣଙ୍କ ନେଇଥିଲେ । ପରେ ସମ୍ପୃକ୍ତ ଏ ଏସ ଆଇ ଜଣଙ୍କ ମହିଳାଙ୍କୁ ଫୋନ କରି କଥାବର୍ତ୍ତା ହେବା ଆରମ୍ଭ କରି ଦେଇଥିଲେ । ଏପରିକି ଫୋନରେ କେତେଥର ପ୍ରେମ ନିବେଦନ କରିଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ସେହି ଏ ଏସ ଆଇ ଜଣଙ୍କ ମହିଳାଙ୍କ ଘର ଠାରୁ କିଛି ଦୁରରେ ନିଜ ମୋଟରସାଇକେଲ ରଖି ମହିଳାଙ୍କ ଘରକୁ ଯାଇଥିଲେ । ସାଙ୍ଗରେ ନେଇ ଯାଇଥିଲେ ବିଅର୍ ବୋତଲ । ମହିଳାଙ୍କ ଘର ଭିତରକୁ ଯାଇ ମହିଳାଙ୍କୁ କରିଥିଲେ ପ୍ରେମ ନିବେଦନ । ଏହା ଦେଖି ମହିଳା ଜଣଙ୍କ ଚତୁରତାର ସହ ପୁଲିସ୍ ବାବୁଙ୍କୁ ଘରେ ବସାଇ ଦେଇ ବାହାରକୁ ଆସି ଘର କବାଟରେ ତାଲା ପକାଇ ଦେଇ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ । ଗାଁ ଲୋକସବୁ ଏକାଠି ହୋଇ ଠାକୁରଗଡ଼ ଥାନା ପୁଲିସକୁ ଖବର ଦେଇ ଥିଲେ । ଖବର ପାଇ ଠାକୁରଗଡ଼ ଥାନା ଅଧିକାରୀ ପ୍ରିୟବ୍ରତ ଦାସ, ଆଠମଲ୍ଲିକ ଉପ ଆରକ୍ଷୀ ଅଧିକ୍ଷକ ବାଳକୃଷ୍ଣ କନର ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରିଥିଲେ । ବହୁ ସମୟ ଧରି ବୁଝାସୁଝା କରିବା ସହ ସମ୍ପୃକ୍ତ ପୁଲିସ୍ ବାବୁ ବହେ ଗାଳି କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ରହିଥିବା ବେଳେ ଶେଷରେ ଲୋକଙ୍କୁ ବୁଝାସୁଝା କରି ପୁଲିସ ବାବୁଙ୍କୁ ଉଦ୍ଧାର କରି ବରିଷ୍ଠ ଅଧିକାରୀ ମାନେ ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣା ପଡିଛି। Advertisement
ବିଚାରାଧୀନ କଏଦୀଙ୍କ ମୃତ୍ୟୁ – ହତ୍ୟା ଅଭିଯୋଗ ଆଠମଲ୍ଲିକ -(AO)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା…
ବ୍ୟାଙ୍କରେ ଲାଗିଲା ନିଆଁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଆକ୍ସିସ ବ୍ୟାଙ୍କରେ ଆଜି ମଧ୍ୟାହ୍ନରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଗଜପତ୍ର ଓ ଆସବାବପତ୍ର ପୋଡି ନଷ୍ଟ…
ପ୍ରଶାସନର ଚଢ଼ାଉ – ମଦ ଦୋକାନ ସମେତ ହୋଟେଲ ସିଲ , ଜୋରିମାନା ଆଦାୟ ଅନୁଗୁଳ – ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍ ପକ୍ଷରୁ ଆଜି ଅନୁଗୁଳ ଓ ନାଲକୋର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର…