ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ – ଅନୁଗୁଳରେ କେଉଁଠି କେବେ ହେବ ନିର୍ବାଚନ ପଢନ୍ତୁ

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ – ଅନୁଗୁଳରେ କେଉଁଠି କେବେ ହେବ ନିର୍ବାଚନ ପଢନ୍ତୁ

ଅନୁଗୁଳ – ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ । ଆସନ୍ତା ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ଭୋଟିଂ । ଯାହାକି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହାପରେ ୧୮ ଫେବୃୟାରୀ ୨୦ ଫେବୃୟାରୀ ୨୨ ଫେବୃୟାରୀ ଏବଂ ଶେଷରେ ୨୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ । ଫେବୃୟାରୀ ୨୬, ୨୭, ୨୮ ତାରିଖରେ ଭୋଟ ଗଣତି ମଧ୍ୟ ତିନୋଟି ପର୍ଯ୍ୟାୟରେ କରାଯିବ । ତେବେ ଏହି କ୍ରମରେ ଅନୁଗୁଳ ଜିଲ୍ଲାର ଅନୁଗୁଳର ୩୪ ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର ୩୫ ଟି ପଞ୍ଚାୟତ ସମେତ ୮ ଟି ଜିଲ୍ଲା ପରିଷଦ ପାଇଁ ଫେବୃଆରି ୧୬ ତାରିଖରେ ଭୋଟ ଗ୍ରହଣ ହେବ । ଛେଣ୍ଡିପଦା ବ୍ଲକର ୩୪ ଟି ପଞ୍ଚାୟତ ଓ କଣିହାଁ ବ୍ଲକର ୨୭ ଟି ପଞ୍ଚାୟତ ସମେତ ୭ ଟି ଜିଲ୍ଲା ପରିଷଦ ଆସନ ପାଇଁ ଫେବୃଆରି ୧୮ ନିର୍ବାଚନ ହେବ । ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ପାଲଲହଡାର ୨୭ ପଞ୍ଚାୟତ ସହ ୬ ଟି ଜିଲ୍ଲା ପରିଷଦ ଆସନ ପାଇଁ ଫେବୃଆରି ୨୦ ତାରିଖରେ ନିର୍ବାଚନ ହେବ । ସେହିଭଳି କିଶୋରନଗର ବ୍ଲକର ୨୩ ଟି ପଞ୍ଚାୟତ ଓ ତାଳଚେର ବ୍ଲକର ୨୧ ଟି ବ୍ଲକ ସମେତ ୭ ଟି ଜିଲ୍ଲା ପରିଷଦ ଆସନ ପାଇଁ ଫେବୃଆରି ୨୨ ତାରିଖରେ ନିର୍ବାଚନ ହେବ ତେବେ ଚଳିତ ବର୍ଷ କୋଭିଡ଼ କଟକଣାରେ ପଞ୍ଚାୟତ ନିର୍ବାଚନ ହେବ ପାଞ୍ଚ ପର୍ଯ୍ୟାୟରେ ନିର୍ବାଚନ ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ । ମୋଟରସାଇକେଲ ରାଲି ବନ୍ଦ ରହିବ ଏବଂ ମାତ୍ର ୫ ଜଣଙ୍କୁ ନେଇ ପ୍ରାର୍ଥୀ କ୍ୟାମ୍ପେନିଂ କରିବେ ଭର୍ଚୁଆଲ ମୋଡରେ ପ୍ରାର୍ଥୀ ପ୍ରଚାର ପ୍ରଚାର ବିଜୟ ଉତ୍ସବ ପାଳିବା ଉପରେ ପ୍ରତିବନ୍ଧକ ରହିବା ସାଙ୍ଗକୁ ସାମ୍ପ୍ରତିକ ସ୍ଥିତିକୁ ଦେଖି କଟକଣା କୋହଳ କିମ୍ବା କଠୋର କରାଯିବ

 

What’s your Reaction?
+1
0
+1
0
+1
2
+1
0
+1
7
+1
0
+1
1

Leave a Reply