ଅନୁଗୁଳ – ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିବାରୁ ଅନୁଗୁଳ ସଦର ଥାନାରେ ଜଣେ ମହିଳା ଅଭିଯୋଗ କରିବା ସହ ସ୍ବାମୀଙ୍କ ଘର ଆଗରେ ବସି ରହିଥିଲେ । ଏମିତି ଘଟଣା ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡାଗାଡିଆ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଅଞ୍ଚଳର ଜଣେ ମହିଳା ଆଜି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି କି ଗତ ୦୬.୦୨.୨୦୧୭ ତାରିଖ ଦିନ ପୋକତୁଙ୍ଗା ଗ୍ରାମର ଲମ୍ବୋଦର ଦେହୁରୀଙ୍କ ପୁଅ ଜନାର୍ଦ୍ଦନ ଦେହୁରୀଙ୍କୁ ବିବାହ କରିଛନ୍ତି। ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେବା ପାଇଁ କେଶ କରିଛନ୍ତି । ଏହି କେଶ ହାଇ କୋର୍ଟରେ ବିଚାରଧୀନରେ ରହିଛି । ମାମଲା ବିଚାରାଧୀନ ଥିବା ସତ୍ବେ ମହିଳାଙ୍କ ସ୍ବାମୀ ଜନାର୍ଦ୍ଦନ ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିବା ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ । ଏଥିପାଇଁ ସେ କଟକ ଫାମିଲି କୋର୍ଟରେ ଆଉ ଏକ ମାମଲା କରିଥିଲେ । ଜନାର୍ଦ୍ଦନ ଦେହୁରୀ କୋର୍ଟକୁ ଯାଇ ଅନ୍ୟତ୍ର ବିବାହ କରିବେ ନାହିଁ ବୋଲି ଚୁକ୍ତି କରିଥିଲେ । ପରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ କି ତାଙ୍କ ସ୍ବାମୀ କରଡାଗାଡିଆରେ ରହି ଆଉ ଜଣଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି । ତେଣୁ ଆଜି ମହିଳା ଜଣଙ୍କ କରଡାଗାଡିଆ ଯାଇ ତାଙ୍କ ସ୍ବାମୀଙ୍କୁ ଭରଣ ପୋଷଣ ମାଗିବାରୁ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଆହୁରି ମଧ୍ଯ ଅଭିଯୋଗ କରିଛନ୍ତି କି ମହିଳାଙ୍କ ଶଶୁର ମଧ୍ଯ ତାଙ୍କୁ ତଣ୍ଟି ଚିପି ମାଡ ମାରିଛନ୍ତି । ଥାନାରେ ଅଭିଯୋଗ କରିବା ସହ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଘର ଆଗରେ ବସି ରହିଥିଲେ । ପରେ ପୁଲିସ ଘଟଣାର ହସ୍ତକ୍ଷେପ କାରୀ ମହିଳାଙ୍କୁ ବୁଝାସୁଝା କରିଥିଲା ।
ସ୍ଵାମୀ ଘର ଆଗରେ ସ୍ତ୍ରୀର ଧାରଣା
