ଆଞ୍ଚଳିକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର Angul OnlineAugust 12, 2022August 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ ପୂର୍ବେ ତାଳଚେର ପ୍ରଶାସନ ତରଫରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ସେହି ଜବର ଦଖଲ ମଧ୍ୟରେ ବିରାଟ ଅଟ୍ଟାଳିକା ଭଙ୍ଗାଯିବା ପରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ରହିଯାଇଥିଲା । ସେହି ପାଇଖାନା ଟାଙ୍କିରୁ ମଇଳା ଖାଇବାକୁ ଯାଇ ୭ ଟି ଉର୍ଦ୍ଧ ବାରହା ଓ ବାରାହ ଶାବକ ବାହାରକୁ ବାହାରି ନପାରି ଫସି ରହିଥିଲେ । ଏ ଖବର ତାଳଚେର ବନପାଳ ଶ୍ରୀମତୀ ସୁକାନ୍ତି ଦେଇ କୌଣସି ସୁତ୍ରରୁ ଖବର ପାଇ ନିଜର ବନ କର୍ମଚାରୀ ଓ ପିଏଫଏ ଯବାନଙ୍କ ସହାୟତାରେ ସମସ୍ତ ବାରହା ଓ ଶାବକ ମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ରାଣିପାର୍କ ଜଙ୍ଗଲରେ ଛାଡି ଦେଇଥିଲେ । Advertisement
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…
ସାପ କାମୁଡ଼ାରେ ନାବାଳିକା ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ…
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…