ରାଜନୀତି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ !! Angul OnlineApril 23, 2023April 23, 2023 ଭୁବନେଶ୍ୱର – ଢେଙ୍କାନାଳ ଲୋକସଭା ଆସନରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ନା କୌଣସି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ । ସେବେଠୁ ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଉ ନଥିଲେ । ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନୀ ଅବସରରେ ସେ ଯୋଗ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏତେଦିନ ଧରି ରାଜନୀତିଠାରୁ ପ୍ରତ୍ୟକ୍ଷ ଭାବେ ଦୁରରେ ରହିବା ପରେ ଏବେ ପୁଣି ରାଜନୀତିକୁ ଫେରିବେ କି ତଥାଗତ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ଆଗକୁ ସଧାରଣ ନୀର୍ବଚନ ମଧ୍ଯ ଆସୁଛି । ଏଭଳି ସମୟରେ ତଥାଗତ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ଯୋଗ ଦେବା ଏଭଳି ଚର୍ଚ୍ଚା ହେବା ସ୍ୱଭାବିକ କଥା । ତେବେ ଏ ପ୍ରଶ୍ନ ସମ୍ବାଦିକଙ୍କ ମନରେ ମଧ୍ଯ ଆସିଥିଲା । ଆଉ ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ତଥାଗତ କହିଛନ୍ତି , ସେ ନିର୍ବାଚନ ଲଢ଼ିବାକୁ ଇଛୁକ ନାହାନ୍ତି । ଶଙ୍ଖ ଭବନର ଉଦଘାଟନୀ ଉତ୍ସବକୁ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଡାକିଥିଲେ ବୋଲି ସେ ଆସଛନ୍ତି । ତା ପୁଣି ଜଣେ ସାମ୍ବାଦିକ ହିସାବରେ ବୋଲି କହିଛନ୍ତି ।ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଆହୁରି କହିଛନ୍ତି ଯେ “ମୁଁ ଏବେ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ, ନିମନ୍ତ୍ରଣ ରକ୍ଷା କରି ଆସିଛି । ନିର୍ବାଚନ ରାଜନୀତିକୁ ଫେରିବି ନାହିଁ । ମୁଁ ଖୁସିରେ ଅଛି” ବୋଲି କହିଛନ୍ତି ତଥାଗତ ଶତପଥୀ । Advertisement
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…
ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ…