ରାଜନୀତି ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ Angul OnlineMarch 22, 2022March 22, 2022 adv ତାଳଚେର – ଆଉ ଦୁଇଦିନ ପରେ ପୌର ନିର୍ବାଚନ । ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଥିବା ବେଳେ ଘନ ଘନ ବୈଠକ ସାଙ୍ଗକୁ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଚଳାଇଛନ୍ତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଏବେ ଅଡୁଆ ସାଜିଛନ୍ତି ଅସନ୍ତୁଷ୍ଟ । ଦଳ ଓ ପ୍ରାର୍ଥୀଙ୍କ ପାଇଁ ଥିବା ଅସନ୍ତୋଷ ଦଳ ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପୌର ନିର୍ବାଚନ ପାଇଁ ପ୍ରଚାର ବେଳେ କିଛି ନେତା କର୍ମୀଙ୍କ ଉପରେ ନିର୍ଭର ନକରି ସିଧାସଳଖ ଭୋଟରଙ୍କ ପାଖକୁ ଯାଇ ଅଞ୍ଚଳର ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିବା ଫଳରେ କିଛି କର୍ମୀ ନିଜକୁ ଅଣଦେଖା ମନେକରୁଛନ୍ତି । ଆଉ କିଛି କର୍ମୀଙ୍କ ଅଭିଯୋଗ ଯେ ଦଳ ପାଇଁ କିଛି କାମ କରି ନଥିବା ବ୍ୟକ୍ତିଙ୍କୁ ଦଳ ପକ୍ଷରୁ କାଉନ୍ସିଲର୍ ପ୍ରାର୍ଥୀ କରାଯାଇଛି । ଏଥିଯୋଗୁଁ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । କେତେକ ୱାର୍ଡରେ ଅଣରାଜନୈତିକ ଲୋକଙ୍କୁ ପ୍ରଚାର ପ୍ରସାର ଦାୟୀତ୍ଵ ଦିଆ ଯାଉଥିବାରୁ କର୍ମୀମାନେ ମନ ଊଣା କରୁଛନ୍ତି । ସୂଚନା ଅନୁସାରେ ତାଳଚେର ପୌର ନିର୍ବାଚନ ପାଇଁ ତାଳଚେର ପୌରପାଳିକାରେ ମୋଟ୍ ୨୧ ଟି ୱାର୍ଡ଼ଥିବାବଳେ ଏଥର ନିର୍ବାଚନରେ ପୌରାଧ୍ୟକ୍ଷ ପଦବି ପାଇଁ ୭ ଜଣ ପ୍ରାର୍ଥୀ ଓ ୬୯ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କିଛି ଦଳର ଅସନ୍ତୁଷ୍ଟ କର୍ମୀ ସ୍ବାଧୀନ ପ୍ରାର୍ଥୀ ରୂପେ କାଉନସିଲର ପଦବି ପାଇଁ ନାମାଙ୍କନ କରିଛନ୍ତି । Advertisement
ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ଟାମଡା ଅଧ୍ୟକ୍ଷ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ଅବନିକାନ୍ତ ସାହୁଙ୍କୁ ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ପଦ ମିଳିଛି…
ସମ୍ବଲପୁରରୁ ଧର୍ମେନ୍ଦ୍ର , ଢେଙ୍କାନାଳରୁ ରୁଦ୍ର ହେବେ ସାଂସଦ ପ୍ରାର୍ଥୀ – ତାଲିକା ଘୋଷଣା କଲା ବିଜେପି ଅନୁଗୁଳ – ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର । ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ…
ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯେଉଁଭଳି ଭାବେ କରୋନାର ଦ୍ୱିତୀୟ ଲହରୀ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଧାୟକ ତଥା…