ଅପରାଧ ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ Angul OnlineFebruary 15, 2023February 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ପାପସରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପତ୍ନୀ ମିତାଲି ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିମଳ ପ୍ରଧାନ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l ଏ ନେଇ ମିତାଲିଙ୍କ ଦାଦା ହଣ୍ଡପା ଥାନାରେ ମଙ୍ଗଳବାର ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ମଶାଣିରୁ ମିତାଲିଙ୍କ ଶବ ଲକୁ ଜବତ କରିବା ସହ ବ୍ୟବଛେଦ ପାଇଁ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛି । ପୁଲିସ ସୂଚନା ଆନୁସାରେ ମିତାଲି ଘରେ ଥିବା ବେଳେ ବିମଳ ବିଳମ୍ବିତ ରାତି ମଦ୍ୟ ପାନ କରି ଆସି ତାଙ୍କୁ ମାଂସ ତରକାରୀ ମାଗିଥିଲେ । ହେଲେ ମିତାଲି ମାଂସ ନଥିବା କହିଥିଲେ । ଏହାକୁ ନେଇ ବିମଳ ଉତକ୍ଷିପ୍ତ ହୋଇ ମିତାଲି ସହ ଝଗଡା ସୃଷ୍ଟି କରିଥିଲେ । ଏ ନେଇ ମିତାଲି ପ୍ରତିବାଦ କରିବାରୁ ବିମଳ ଘରେ ଥିବା ଏକ ଠେଙ୍ଗାରେ ପିଟି ପିଟି ମିତାଲିଙ୍କୁ ମାରି ଦେଇଥିଲେ l ପରେ ନିଶା ଛାଡିବା ପରେ ମିତାଲି ମରିଯାଇଥିବା ଦେଖି ତାଙ୍କ ଶବକୁ ପୋଡିବା ପାଇଁ ମଶାଣିକୁ ନେଉଥିବା ସମ୍ପର୍କରେ ମିତାଲି ଙ୍କ ପରିବାର ଲୋକ ଖବର ପାଇ ଥାନାରେ ଅଭିଯୋଗ କରିଥିଲେ । ପରେ ଅଭିଯୋଗ ପାଇବା ପରେ ହଣ୍ଡପା ଆଇଆଇସି ନମିତା ନାୟକ ମଶାଣି ରେ ପହଁଚି ମିତାଲିଙ୍କ ଶବ ଜବତ କରିବା ସହ ବିମଳକୁ ଗିରଫ କରିଛି । Advertisement
ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦…
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…