ମୁଖ୍ୟ ଖବର ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ Angul OnlineJuly 3, 2023July 3, 2023 ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି଼ଗଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲିଗଲା ଜୀବନ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ବିଜୟ କୁମାର ମାଝୀ ତାଙ୍କ ସ୍ତ୍ରୀ ବିବୁନା ମାଝୀଙ୍କୁ ମୋଟରସାଇକେଲରେ ବସାଇ ଚାଷ କରିବାକୁ ଜମିକୁ ଯାଉଥିଲେ । ସ୍ୱାମୀ ବିଜୟ କୁମାର ଗାଡି ଚଳାଉଥିବା ବେଳେ ଗାଁ ମୁଣ୍ଡରେ ଥିବା ଏକ ହମ୍ପସରେ ଭାରସାମ୍ୟ ହରାଇ ବିବୁନା ପଡି ଯାଇଥିଲେ । ସେହି ସମୟରେ ଛେଣ୍ଡିପଦାରୁ ଜରପଡା ଆଡ଼କୁ ଯାଉଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା – ଜରପଡ଼ା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । Advertisement
ବିଧବା ମହିଳା ସହ ପ୍ରେମିକ ହଟହଟା ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା…
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ଗ୍ୟାସ ଏଜେନ୍ସିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ଅନୁଗୋଳ – ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏକ ମୋଟରସାଇକେଲ ସମେତ ଜଳିଗଲା ଜରୁରୀ…