ମୁଖ୍ୟ ଖବର କେନାଲରେ ଭାସିଗଲେ ମହିଳା Angul OnlineSeptember 18, 2024September 18, 2024 ଅନୁଗୁଳ – ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର କେନାଲ ରେ ଗାଧୋଇଲା ବେଳେ ଭାସି ଗଲେ ମହିଳା । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ମହିଳା ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ସାହି ବାସିନ୍ଦା ଅଶୋକ ସାମଲ ଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣିମା ସାମଲ। ପରିବାର ର ୫ ଜଣ ସଦସ୍ୟ ସକାଳ ପ୍ରାୟ ୫.୩୦ ଗାଧୋଇବା ବେଳେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟ ମାନେ ନିଜ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ । ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ, ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଥିଲେ । ପ୍ରାୟ ୮ ଘଣ୍ଟା ଖୋଜାଖୋଜି ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । Advertisement
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ମଝି ନଦୀରେ ଫସି ରହିଲେ ମହିଳା – ସାହସ ଦେଖାଇଲେ ସ୍ଥାନୀୟ ଯୁବକ ଅନୁଗୁଳ – ଲଗାଣ ବର୍ଷା ପରେ ବଢି ପାଣି ମଝିରେ ଫସି ରହିଲେ ମହିଳା । ନାଳ ମଝି ପଥର ଉପରେ ଛିଡା ହୋଇଥିବା ବେଳେ ଅନ୍ୟ…
ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା…