ମୁଖ୍ୟ ଖବର ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର Angul OnlineApril 5, 2022April 5, 2022 ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି । ସୂଚନା ଅନୁସାରେ ଉଭୟ ସ୍ଵାମୀ-ସ୍ତ୍ରୀ ଶୋଇଥିବା ବେଳେ ଏକ ଦନ୍ତା ହାତୀ ବିଳମ୍ବିତ ରାତିରେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀ କାଞ୍ଚନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ମୁକୁନ୍ଦ ମୁଣ୍ଡାଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ସନ୍ଥପଡା ଆସିଥିଲେ । ହାତୀ ପଲରୁ ଏକ ଦନ୍ତା ହାତୀ ଘର ଭିତରେ ଶୋଇଥିବା ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲଟି ନଦୀ ପାର ହୋଇ ପୁଣି ଢେଙ୍କାନାଳ ଜିଲ୍ଲାକୁ ଚାଲି ଯାଇଥିବା ସୂଚନା ରହିଛି । ବାରମ୍ବାର ହାତୀପଲ ରାତିରେ ଗାଁମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । Advertisement
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ନିର୍ବାଚନ ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡି.ଏସ୍.ପି ସହ ବ୍ୟାପକ ପୁଲିସ ବ୍ୟବସ୍ଥା ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ୪ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏଠାରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଏହାର ସୁରକ୍ଷା ପାଇଁ…
ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା…