ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ, ନାବାଳକ ଗୁରୁତର Angul OnlineJune 20, 2022June 20, 2022 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହିତଳା ମନ୍ଦିର ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଶାଳଖମଣ ଗ୍ରାମର ଶୁକ୍ରୁ ଭୋଇଙ୍କ ସ୍ତ୍ରୀ ସାନ ଭୋଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଖବର ପାଇ ସମବେଦନା ଜଣାଇବା ପାଇଁ ମହିତଳାର କାଳିଆକଟା ଗ୍ରାମକୁ ଆସିଥିଲେ । ସେଠାରୁ ସେ ଏକ ପଲସର ମଟରସାଇକେଲରେ ସମ୍ପର୍କୀୟ ସନାତନ ରାଉତ ଓ ତାଙ୍କ ପୁଅ ସୁଶାନ୍ତ ରାଉତଙ୍କ ସହ ବସି ଫେରୁଥିବାବେଳେ ମହିତଳା ମନ୍ଦିର ଛକ ନିକଟରେ ହଠାତ ପଛରୁ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ସାନ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରସାଇକେଲ ଚାଳକ ସନାତନ ରାଉତଙ୍କ ପୁଅ ସୁଶାନ୍ତ ରାଉତ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଆହତ ସୁଶାନ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଅପରପକ୍ଷେ କ୍ଷତିପୁରଣ ଓ ଭାରୀଯାନ ଚଳାଚଳ ବନ୍ଦ ଦାବିରେ ସ୍ଥାନୀୟ ଲୋକମାନେ ହିଙ୍ଗୁଳା ଯାଇଥିବା ପୁର୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହିତ ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିଲା । ଖବର ପାଇ ନିଶା ଶିଳ୍ପାଂଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । Advertisement
ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା…
କିଏ କେଉଁଠାରୁ ପାଇଲେ ଓ.ଏ.ଏସ୍. ଛେଣ୍ଡିପଦାର ଗୌରବ ବଢ଼ାଇଛନ୍ତି ସରିତା ସୁଚରିତା ଅନୁଗୁଳ – ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭୯ ରାଙ୍କ ରଖି ଅନୁଗୁଳ…
ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା…