ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ ବ୍ଳାଉଜରେ ନିଜ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ସସ୍ମିତାଙ୍କ ବାପା ରବିନାରାୟଣ ବେହେରା ଥାନାରେ ଅଭିଯୋଗ କରିଛନ୍ତି । ରବି ନାରାୟଣଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଓ ବେନ୍ତପୁର ଗାଁର ଚିତ୍ତରଞ୍ଜନଙ୍କର ୨୦୨୦ ମସିହା ଜାନୁଆରୀ ୨୪ ତାରିଖରେ ଅନୁଗୁଳ ବୁଢୀ ଠାକୁରାଣୀ ମନ୍ଦିର ଠାରେ ବାହାଘର ହୋଇଥିଲା । ବାହାଘର ବେଳେ ଜାନି ଯୌତୁକ ବାବଦକୁ ଟିଭି , ଫ୍ରିଜ , ସୁନା ଚେନ , ମୋଟରସାଇକେଲ ସମେତ ନଗଦ ୩୦ ହଜାର ଟଙ୍କା ଦେଇଥିଲେ । ତେବେ ଏହା ସତ୍ବେ ମଧ୍ୟ ବାହାଘରର କିଛି ଦିନ ପରଠାରୁ ଚିତ୍ତରଞ୍ଜନଙ୍କ ସମେତ ତାଙ୍କ ବାପା , ମା , ବଡ ଭାଇ , ଭାଉଜ ଆଦି ମିଶି ଅଧିକ ୨ ଲକ୍ଷ ଟଙ୍କା ଦାବି କରି ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ରବି ନାରାୟଣ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଝିଅକୁ ମାଡପିଟ ନ କରିବାକୁ ନେହୁରା ହୋଇ କହୁଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଖବର ପାଇ ବେନ୍ତପୁର ଆସିଥିଲେ । ଆଉ ଏଠାରେ ତାଙ୍କ ଝିଅର ମୃଦେହରେ ଅନେକ କ୍ଷତ ଚିହ୍ନ ଥିବା ସହ ଏକ ବ୍ଳାଉଜରେ ଝୁଲୁଥିବା ଦେଖି ତାଙ୍କୁ ହତ୍ୟା କରା ଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହ ଜବତ କାରୋଇ ତଦନ୍ତ କରୁଛି । ସସ୍ମିତା ୭ ମାସର ଗର୍ଭବତୀ ଥିବା ଜଣା ପଡ଼ିଛି ।
What’s your Reaction?
+1
+1
+1
+1
1
+1
5
+1
1
+1
12