ରାଜନୀତି ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ Angul OnlineJune 1, 2023June 1, 2023 ତାଳଚେର – ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରିଛନ୍ତି । ପରେ ତାଳଚେର ଦେଉଳବେଡା ଠାରେ ହୋଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇ ମିଶନ ଶକ୍ତି ଦ୍ୱାରା ମହିଳା ମାନେ କିପରି ଅଧିକରୁ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ତତ୍ପର ରହିଛନ୍ତି ବୋଲି କହିବା ସହ ତାଳଚେର ଅଞ୍ଚଳରେ ରହିଥିବା ସମସ୍ତ ମିଶନ ଶକ୍ତିର ମା ମାନେ କିଭଳି ଆଗାମୀ ଦିନରେ ଆଗକୁ ବଢ଼ିପାରିବେ ସେ ନେଇ ବିଭିନ୍ନ ଯୋଜନା ହାତକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦଙ୍କ ସମେତ ତାଳଚେର ବିଧାୟକ ଓ ମିଶନ ଶକ୍ତିର ବହୁ ମହିଳା ଉପସ୍ଥିତ ଥିଲେ । ପରେ କଣିହାଁ ଠାରେ ଥିବା ଏକ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିଥିଲେ । Advertisement
ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅନୁଗୋଳ – ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର…