ମୁଖ୍ୟ ଖବର ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ Angul OnlineJuly 15, 2021July 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏ ସବୁ ଗଛ କଟା ଯାଇ ଚୋରୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଳଚେର ବନବିଭାଗର ବନ ବିଭାଗ ଅଧିକାରୀ ତ୍ରିଲୋଚନ ବେହେରାଙ୍କୁ ଜଣାଇ ଥିଲେ । ଶ୍ରୀ ବେହେରା ବନ କର୍ମଚାରୀଙ୍କ ସହିତ ଗଛ କଟା ଯାଇଥିବା ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ଅଧିକ ତଦନ୍ତ କରିବା ପରେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ଏ ଘଟଣା ନେଇ ଶ୍ରୀ ବେହେରା ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ କରି ନିଜ ହେପାଜତକୁ ନେଇଥିଲେ । ତେବେ ଏ ନେଇ ବନ ଅଧିକାରୀ ତ୍ରିଲୋଚନ ବେହରାଙ୍କ କହିବା କଥା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଛି । ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନାହିଁ । Advertisement
ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ…
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ତାଳଚେର – ୧୦ ବର୍ଷର ପ୍ରେମ ସଂପର୍କ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ , ପ୍ରେମିକା ଗର୍ଭବତୀ ହେଲେ । ବୁଝାସୁଝା କରି ପ୍ରେମିକ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…