ମୁଖ୍ୟ ଖବର ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ Angul OnlineMay 26, 2023May 26, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଆଜି ଏକ ଅଘଟଣ ଘଟି ଯାଇଛି । ଖଣିରେ ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ବିଦ୍ୟୁତ କର୍ମଚାରୀ ଜଣକ କନ୍ଧବେରେଣି ଗ୍ରାମର ବିପିନ ରାଉତ ବୋଲି ଜଣା ପଡିଛି । ସୁଚନା ଅନୁସାରେ ବିପିନ ଏକ ଖୁଣ୍ଟରେ ଚଢି ବିଦ୍ଯୁତ ମରାମତି କରୁଥିଲେ । ସେହି ସମୟରେ କରେଣ୍ଟ ଆସିଯିବାରୁ ବିପିନ ଶକ୍ତ ଧକ୍କା ଖାଇ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀକ ଖଣି ବନ୍ଦ ଆନ୍ଦୋଳନ କରିଥିଲେ । ପରେ ବୁଝାସୁଝା କରିବା ଯୋଗୁଁ ଅନ୍ଦୋଳନ ପ୍ରତ୍ଯାହ୍ରୁତ ହୋଇଥିଲା । Advertisement
ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ…
ତୈଳଦର ବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଗୁଳ – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ଜନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଡାକରା ଦିଆଯାଇଥିବା ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ…
ଶଶୁର ଘର କୂଅରୁ ଜ୍ଵାଇଁର ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଶଶୁର ଘର କୂଅରୁ ଜ୍ଵାଇଁର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ…