ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଭଦ୍ରକ ଜିଲ୍ଲା ନାଇକାଣିଡହି ଥାନ ଖାଣ୍ଟଖୁଆ ଗାଁର ସରତ କୁମାର ଓଝା ବୋଲି ଜଣା ପଡିଛି l ସୂଚନା ଅନୁସାରେ ସେ ,  ଭଦ୍ରକ ଜିଲ୍ଲାରୁ ଆସି ଛେଣ୍ତିପଦା ବାହାଳସାହିର ଆନ ସହୁଙ୍କ ପାଖରେ ଇଟା ଭାଟି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ସରତ ଆଜି ଭୋର ସମୟରେ ବାହାଳସାହିର ଏକ ପୋଖରିକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ ତାଙ୍କ ସାଥି ଲୋକ ଖୋଜାଖୋଜି କରିବା ବେଳେ ପୋଖରୀ ପାଣିରେ ସରତଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଛେଣ୍ତିପଦା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ କରିବା ପରେ ଘଟଣାର ତଦନ୍ତ କରୁଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply