ମୁଖ୍ୟ ଖବର ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ Angul OnlineAugust 7, 2023August 7, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟ ହୋଇଥିବା ସମସ୍ତ ଟେଷ୍ଟରୁ ୫ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ପୂର୍ବରୁ ଢେଙ୍କାନାଳ ଜିଲ୍ଲାରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ରୋଗୀଙ୍କ ନମୁମା ଅନୁଗୁଳରେ ପୋଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ବଅଁରପାଳରୁ ଜଣେ ଓ ରାଜକିଶୋରନଗରରୁ ଜଣେ ରୋଗୀ ଭୁବନେଶ୍ୱରରେ ରହୁଥିବା ବେଳେ ଜ୍ୱର ହେବାରୁ ଘରକୁ ଆସିଥିଲେ । ଆଉ ସେମାନେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣା ପଡିଥିଲା । ଆଜି ପୁଣି ଆଉ ଜଣେ ରୋଗୀଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସେ ଛେଣ୍ଡିପଦା ବାହାଳସାହିର ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିବା ଜଣା ପଡ଼ିଛି । Advertisement
ଷ୍ଟେସନ ଯିବା ବାଟରୁ ଯୁବତୀ ନିଖୋଜ ତାଳଚେର – ଭୁବନେଶ୍ବର ଯିବାକୁ ଆସି ତାଳଚେର ଷ୍ଟେସନ ଯିବା ବାଟରୁ ନିଖୋଜ ହେଲେ ଯୁବତୀ । ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ…
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…