ଆଞ୍ଚଳିକ ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ Angul OnlineApril 18, 2021April 18, 2021 ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବରେ ମା‘ଙ୍କର ଏହି ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜା ହେଉଥିବା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ,ଉପଦେଷ୍ଟା ପ୍ରଦୀପ କୁମାର ଦେବତା ସୂଚନା ଦେଇଛନ୍ତି । ଚଳିତ ବର୍ଷ ନିରାଡମ୍ବର ଭାବେ ଏହି ପୂଜା ହେଉଥିବା ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ । ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୟାଦଶମୀ ଗୁରୁବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଶ୍ରଦ୍ଧାଳୁ କୋଭିଡ ଗାଇଡ଼ ଲାଇନ ଅନୁସାରେ ଦର୍ଶନ କରିବାକୁ ପୂଜା କମିଟି ତରଫରୁ ଅନୁରୋଧ କରାଯାଇଛି । Advertisement
କାଳ ବୈଶାଖୀ ପ୍ରଭାବ – ଗଛ ପଡି ଦୁଇ ମୃତ ଅନୁଗୁଳ – ଶନିବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଜୋର ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏହା ପ୍ରଭାବରେ ଅନେକ ସ୍ଥାନରେ…
ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର…
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ…