ମୁଖ୍ୟ ଖବର କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି । ନୂଆପଡା ଗାଁର ବର୍ଷିଆନ ସାହିତ୍ୟିକ ତ୍ରିଲୋଚନ ପ୍ରଧାନ ସାଇକଲ ଯୋଗେ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସମାବେଶ କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ତେବେ କଲେଜ ସମ୍ମୁଖ ରାସ୍ତାରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ତ୍ରିଲୋଚନଙ୍କୁ ସଙ୍ଗେସଙ୍ଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ୭୫ ବର୍ଷୀୟ ସ୍ଵର୍ଗତ ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ , ବର୍ଷିଆନ କବି ତଥା ସାହିତ୍ୟିକ ଭାବେ ସମଗ୍ର ଜିଲ୍ଲାରେ ବେଶ ପରିଚିତ ଥିଲେ । ତାଙ୍କର କାରଗିଲ ବୀର ପୁସ୍ତକକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଜଗତଜ୍ଜନନୀ ସାହିତ୍ୟ ସଂସଦର ସେ ସଭାପତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ସମେତ ଖମାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଫାଶରେ ପଡିଲା ବାଘ – ଟ୍ରାଙ୍କୁଲାଇଜ କରି ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ପଡିଥିବା ବନ ବିଭାଗର…