ମୁଖ୍ୟ ଖବର ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ Angul OnlineMarch 12, 2022March 12, 2022 ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ମୃତକ ପରିବା ବ୍ୟବସାୟୀ ଜଣକ ରନ୍ତଲେଇ ଗ୍ରାମର ହେଲେ ମାନସ ସାହୁ । ମାନସ ଶନିବାର ହାଟରୁ କାରବାର ସାରି ପ୍ରଗତିନଗରରେ ରହୁଥିବା ତାଙ୍କର ପରିଚିତ ସୌମେନ୍ଦ୍ର ସାହୁ ଘରକୁ ଯାଇଥିଲେ । ସୌମେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ମାନସ କଥାବାର୍ତ୍ତା ବେଳେ ଭଡ଼ାଘରର ଦ୍ଵିତୀୟ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏଣୁ ସେମାନେ ମାନସଙ୍କୁ ସେଠାରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ମାନସକୁ ମୃତ ଘୋଷଣା କରିଥିଲେ । ମାନସଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ସହ ମାନସକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ସୌମେନ୍ଦ୍ରଙ୍କ ସହ ମାନସଙ୍କ କି ସମ୍ପର୍କ ଏବଂ କେଉଁ ପରିସ୍ଥିତିରେ ସେ ବାଲକୋନୀରୁ ଖସି ପଡ଼ିଲେ ନା ଏଥିରେ ଆଉ କିଛି ରହସ୍ୟ ଅଛି ସେ ନେଇ ପୁଲିସ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । Advertisement
ପାତ୍ରପଡା ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୁର ଓ ଗୋଟିଏ ଚଉସିଂହା ଜବତ ଛେଣ୍ଡିପଦା -ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ମା ବାୟାଣୀ ପୀଠ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରୁ ବନବିଭାଗ ୪ଟି ମୟୁର ଓ ଗୋଟିଏ ଚୌସିଂହାକୁ…
ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ ଅନୁଗୁଳ – ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ…
ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ…