ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ । ରକ୍ତ କର୍କଟ(ବ୍ଲଡ଼ କ୍ୟାନ୍ସର) ରୋଗରେ ପୀଡିତ ଓମ । ଆଉ ପୁଅର ଚିକିତ୍ସା ପାଇଁ ଦରକାର ପଡୁଛି ଟଙ୍କା । ହେଲେ ଟଙ୍କା ଅଭାବରୁ ପ୍ରତିଦିନ ପୁଅର ମରଣ ସାର୍ଟିଫିକେଟରେ ଦସ୍ତଖତ କରୁଛନ୍ତି ବାପା । ପୁଅର ଚିକିତ୍ସା ପାଇଁ ଅର୍ଥ ମାଗିବାରୁ ମାଲିକ ଚାକିରିରୁ ବାହାର କରିଦେଲେ । ଓମକୁ ବଞ୍ଚାଇବାକୁ ଯାଇ ସର୍ବହରା ହୋଇଗଲେଣି ପରିବାର । ଆଉ ରୋଗ କଷ୍ଟ ଓ ଅର୍ଥ ଅଭାବ ସହିପାରୁ ନାହାନ୍ତି ଓମ ଓ ତାର ପରିବାର ।
ତିନି ମାସ ପୂର୍ବରୁ ସବୁ ଠିକ ଥିଲା । ସବୁ ପିଲାଙ୍କ ଭଳି ଓମ ମଧ୍ୟ ପାଠ ପଢୁଥିଲା , ଖେଳୁଥିଲା । ହସଖୁସିରେ ଥିଲା ପରିବାର । ହେଲେ ହଠାତ ଅସୁସ୍ଥ ହୋଇପଡିଲା ଓମର ଶରୀର । ପରିବାର ବିଚଳିତ ହୋଇପଡିଲା । ଚିକିତ୍ସା ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଲା । ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ବୁର୍ଲାକୁ ସ୍ଥାନାନ୍ତର କରିଲେ । ଟେଷ୍ଟ କରିବା ପରେ ଓମକୁ ବ୍ଲଡ଼ କ୍ୟାନସର ହୋଇଥିବା ଜଣାପଡିଥିଲା । କଳା ବାଦଲ ଭଳି ଢାଙ୍କି ପଡିଲା ଦୁଃଖ । କଅଁଳ ବୟସରେ ଏହି ଭଳି କଷ୍ଟ ସହିବାକୁ ପଡୁଛି ଓମକୁ । ପରିବାର ଲୋକ ରକ୍ତ କର୍କଟ ରୋଗ ସମ୍ପର୍କ ରେ ଅଜଣା ଥିଲେ । ଏତେ ବଡ଼ ବିପଦ ତାଙ୍କ ଗେଲ୍ହା ପୁଅକୁ ଗ୍ରାସ କରିବ ସେ କେବେ ସ୍ବପ୍ନ ରେ ଭାବି ନଥିଲେ । ପୁଅକୁ ସୁସ୍ଥ କରିବା ଆଶାରେ ଶିଶୁଭବନଠୁ ଆରମ୍ଭ କରି କଟକ ବଡ଼ ଡାକ୍ତରଖାନା ମଧ୍ୟ ନେଲେ । ହେଲେ କୌଣସି ସୁଫଳ ମିଳିପାରିଲା ନାହିଁ । ବମ୍ବେ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଲେ ଡାକ୍ତର । ହେଲେ ଏତିକିରେ ଅର୍ଥ ସରି ସାରିଥିବା ଯୋଗୁଁ ବାଧ୍ୟ ହୋଇ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପୁଅକୁ ଚିକିତ୍ସା କରୁଛନ୍ତି । ଓମ ସପ୍ତମ ଶ୍ରେଣୀରେ ପାଠ ପଢେ । ପାଠରେ ମଧ୍ୟ ବେଶ ଆଗ୍ରହ । କିନ୍ତୁ ଏବେ ପାଠ ଛାଡ଼ି ରୋଗ ଶଯ୍ୟାରେ । ସେଇ ରୋଗ ଶଯ୍ୟାରେ ପଡି ମଧ୍ୟ ପାଠ ପଢିବାକୁ ବହି ଖୋଜୁଛି ଓମ ।
ଅନୁଗୁଳ ବ୍ଲକ ବାଳୁଅକଟା ଗ୍ରାମରେ ଶ୍ରବଣ କୁମାର ଦାସ ଓ ସୀମା ଦାସ ଙ୍କ ଦୁଇ ପୁଅ ଙ୍କ ମଧ୍ୟରୁ ବଡ଼ ପୁଅ ଓମ । ବାପା ଶ୍ରବଣ ଅନୁଗୁଳ ସହରର ଏକ ଡ୍ରେସ ଦୋକାନ ରେ କାମ କରନ୍ତି । ଯାହା ରୋଜଗାର ହୁଏ ଦୁଃଖ ସୁଖରେ ପରିବାର ଚଳିଯାଏ । କିନ୍ତୁ ପୁଅର ଚିକିତ୍ସାରେ ଯାହା ଅର୍ଥ ଥିଲା ତାହା ସରିବା ସହ ଧାର କରଜ ମଧ୍ୟ ହୋଇଗଲାଣି । ଦୋକାନ ମାଲିକକୁ ଟଙ୍କା ମାଗିବାରୁ ଓ ଏତେ ଦିନ ଦୋକାନ ନଆସିବାରୁ ଚାକିରୀରୁ ମଧ୍ୟ ବାହାର କରିଦେଇଛି ମାଲିକ । ଡାକ୍ତର କହୁଛନ୍ତି ଓଡିଶା ବାହାରକୁ ନେଲେ ପୁଅର ଚିକିତ୍ସା ସମ୍ଭବ। କିନ୍ତୁ ଏତେ ଗୁଡାଏ ଟଙ୍କା ଯୋଗାଡ଼ ନକରିବାରୁ ଅନୁଗୁଳ ଚିକିତ୍ସାଳୟରେ ଚିକିତ୍ସା କରୁଛନ୍ତି । ଆଉ ପ୍ରତିଦିନ ପୁଅର କିଛି ହୋଇଗଲେ ଆମେ ଦାୟି ନାହିଁ ବୋଲି ଡାକ୍ତରଖାନାର କାଗଜରେ ଦସ୍ତଖତ କରୁଛି ବାପା । ପୁଅର ରକ୍ତ ଅଭବକୁ ମଧ୍ୟ ସଠିକ ଭାବରେ ଯୋଗାଡ଼ କରିପାରୁନି ବାପା । ପୁଅକୁ ବଞ୍ଚାଇବା ପାଇଁ ଆଶା ରଖିଛନ୍ତି ବାପା ମା, କିନ୍ତୁ ଅର୍ଥ ଅଭାବ ଯେ ପୁଅକୁ ତାଙ୍କ ପାଖରୁ ଛଡ଼ାଇନେବ ଏ ଡରରେ ପ୍ରତିଦିନ ଜୀବନ କାଟୁଛନ୍ତି । ଏତେ ଛୋଟ ବୟସରେ ପୁଅର କଷ୍ଟକୁ ସହି ପାରୁନି ମା । କ୍ୟାମେରା ଆଗରେ ସାହାଯ୍ୟ ପାଇଁ ଛଳ ଛଳ ଆଖିରେ ଗୁହାରି କରିଛି ମା । ଟଙ୍କା ଯୋଗାଡ କଲେ ପୁଅର ଚିକିତ୍ସା କରିବେ ବୋଲି ଆଶା ରଖିଛନ୍ତି । ଆଉ ଏଥିପାଇଁ କରୁଛନ୍ତି ଆକୁଳ ନିବେଦନ । ଭଗବାନ ରୂପରେ କେହି ତାଙ୍କୁ ସାହାଯ୍ୟ କଲେ ନିଜର ପୁଅକୁ ଫେରି ପାଇବର ଆଶା ରଖିଛନ୍ତି । ଯଦି କିଏ ସାହାଯ୍ୟ କରିବାକୁ ଚାହୁଁଛନ୍ତି , ତେବେ
PHONEPAY- 7978351401
NAME- SRABANA KUMAR DASH
AC- 39872273068(SBI)
IFSC-SBIN001719 ଟଙ୍କା ପଠାଇ ପାରିବେ ।
What’s your Reaction?
+1
+1
+1
+1
+1
20
+1
2
+1
27