ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ ସହର ଅମଲାପଡ଼ାର ସୌରଭ ଦାସ (୨୧) । ମଙ୍ଗଳବାର ଦିନ ଜିନ୍ଦଲ କାରଖାନାରୁ ନିଜର କାର୍ଯ୍ୟ ସମାପ୍ତ କରି ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ସହ ଏକ ଟାଟା ମ୍ୟାଜିକ ଗାଡ଼ିରେ ଘର ଅଭିମୁଖେ ଫେରୁଥିବା ବେଳେ ଜିନ୍ଦଲ କମ୍ପାନୀ ପରିସରରେ ଏକ ଟ୍ରଲର (ବଡ ଟ୍ରକ୍) ସହିତ ସେ ଆସୁଥିବା ଗାଡ଼ିର ଧକ୍କା ହୋଇଥିଲା । ଫଳରେ ସୌରଭଙ୍କ ଛାତିରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତ୍ତର ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ମୃତ ସୌରଭ ଘଟଣାରୁ ପ୍ରକାଶ ଯେ ସକାଳ ଖବର କାଗଜର ସାମ୍ବାଦିକ ତଥା ଅନୁଗୁଳ ଅମଲାପଡା ନିବାସୀ ସଂଗ୍ରାମ ରଞ୍ଜନ ଦାସଙ୍କ ପୁତୁରା । Advertisement
ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର…
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…
ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ…