ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ

ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ

ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ତାଳଚେର କଣିହାଁ ଗାଁର ଧୁଳିଆ ନାଏକଙ୍କ ପୁଅ ମଧୁସୂଦନ ନାଏକ । ସୂଚନା ଅନୁସାରେ ମଧୁସୂଦନ ୨୦୧୭ ମସିହାରେ ତାଳଚେର ବଲଣ୍ଡା କଲେଜରେ ପାଠ ପଢୁଥିଲା । ସେତେବେଳେ ତାଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ମଧୁସୂଦନ ଚତୁରତାର ସହ ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ରଖି ନେଇଥିଲା । ପରେ ସେହି ଅଶ୍ଳୀଳ ଫଟୋ ସେ ଯୁବତୀଙ୍କ ଭଉଣୀ ପାଖକୁ ପଠାଇବା ସହ ପୂର୍ବତନ ପ୍ରେମିକାକୁ ୫ ଲକ୍ଷ ଟଙ୍କା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲ କରୁଥିଲା । ତେବେ ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ କୋଲିୟାରୀ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ମଧୁସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
2
+1
0
+1
0
+1
1
+1
6
+1
0
+1
1

Leave a Reply