ଅପରାଧ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ Angul OnlineNovember 18, 2022November 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା ଯୁବକ । ଆଉ ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ କଣିହାଁ ଥାନା କଣ୍ଟାପାଳ ଗାଁର ୨୩ ବର୍ଷୀୟ ଦିନେଶ କୁମାର ଦାସ ଅନୁଗୁଳରେ ରହି କମ୍ପୁଟର କୋଚିଂ ନେଉଥିଲେ । ସେ ଯେଉଁ ଅନୁଷ୍ଠାନରେ କୋଚିଂ ନେଉଥିଲେ ସେଠାରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀ ମଧ୍ୟ କୋଚିଂ ନେଉଥିଲେ । ଉକ୍ତ ଯୁବତୀଙ୍କୁ ଦିନେଶ ପ୍ରେମ ନିବେଦନ କରିଥଲା । ଯୁବତୀ ଜଣଙ୍କ ଏଥିରେ ଅମଙ୍ଗ ହେବା ପରେ ଦିନେଶ ଯୁବତୀଙ୍କ ସହ ବନ୍ଧୁତ୍ୱ ବଢାଇବାକୁ ଚେଷ୍ଟା କରିଥିଲା । ଆଉ ପରେ ଏଥିରେ ସଫଳ ମଧ୍ୟ ହୋଇଥିଲା । ବନ୍ଧୁତ୍ୱ ସ୍ଥାପନ ପରେ ସେ ଚତୁରତାର ସହ ଯୁବତୀଙ୍କ ଅଶ୍ଳୀଳ ଫଟୋ ନେଇ ଯାଇଥିଲା । ଆଉ ପରେ ତାକୁ ଦେଖାଇ ଯୁବତୀଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ତେବେ ଏହା ସତ୍ୱେ ମଧ୍ୟ ଯୁବତୀ ଜଣଙ୍କ ଅମଙ୍ଗ ହେବାରୁ ଦିନେଶ , ଯୁବତୀଙ୍କ ମାଇଁ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିଲା । ଏହା ଜଣା ପଡିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ଫଟୋ ଡିଲିଟ କରାଇ ଦିଆ ଯାଇଥିଲା । ତେବେ ଏହାର କିଛିଦିନ ପରେ ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ଉକ୍ତ ଫଟୋ ଗୁଡିକ ଛଡା ଯାଇଥିଲା । ଏହା ଜାଣି ଯୁବତୀ ଜଣଙ୍କ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ଦିନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ…
ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରାଡ଼ିହ ଗାଁର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦାଲତର…