ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ

ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ

ଅନୁଗୁଳ – ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରସବ ପରେ ରକ୍ତ ଦରକାର ହୋଇଥିଲା । କିନ୍ତୁ ସୁନନ୍ଦା ସାହୁଙ୍କର ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ ରହିଥିଲା । ଯାହାକି ଏକ ଲକ୍ଷ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମୁଦାୟ ୪ ଜଣ  ବ୍ୟକ୍ତିଙ୍କ ମଧ୍ୟରେ ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ରହିଥାଏ । ଏଭଳି ବିରଳ ରକ୍ତ ଆବଶ୍ୟକ ଥିବାରୁ ସୁନନ୍ଦାଙ୍କ ସ୍ଵାମୀ ନବକୀଶୋର ଅନୁଗୁଳ ରକ୍ତଭଣ୍ଡାରରେ ଜଣାଇଥିଲେ । ରକ୍ତଭଣ୍ଡାରର କର୍ମଚାରୀଙ୍କଠାରୁ ସୂଚନା ପାଇ ତାଳଚେର ବଲଣ୍ଡା ଅଞ୍ଚଳର ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଶ୍ରୀ ବେହେରା ଏହି ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ର ରକ୍ତ ପାଇଁ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ମାନସ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନ ଆଜି(ଶୁକ୍ରବାର) ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରରେ ପହଞ୍ଚି ଏହି ବିରଳ ରକ୍ତଦାନ କରିଥିଲେ । ଶ୍ରୀ ପ୍ରଧାନ ଏହିଥରକୁ ମିଶାଇ ୧୭ ଥର ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତଦାନ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
16
+1
0
+1
0

Leave a Reply