ଅପରାଧ ବାଲ୍ୟ ବିବାହକରି ଯୁବକ ଗିରଫ Angul OnlineApril 26, 2023April 26, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ , ବଡ଼ଦାଣ୍ଡସାହିର ସୌମ୍ୟଜିତ ମହାନ୍ତି(୨୩) ନାମକ ଜଣେ ଯୁବକ ଜଣେ ୧୪ ବର୍ଷର ନାବାଳିକାଙ୍କ ପ୍ରେମକରି ଫେବୃଆରୀ ୫ ତାରିଖରେ ମନ୍ଦିରରେ ବିବାହକରି ନିଜ ଘରେ ରଖିଥିଲେ । ଏ ନେଇ ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୂଚନା ପାଇବାପରେ ସକ୍ଷୀ ଅଧିକାରୀ ସୁଦିପ୍ତା ବେହେରା ବନ୍ତଳା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ନାବାଳିକାଙ୍କୁ ଉଦ୍ଧାରକରି ପରିବାରକୁ ହସ୍ତାନ୍ତର କରିବାସହ ଅଭିଯୁକ୍ତ ସୌମ୍ୟଜିତଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। Advertisement
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…
୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ…
ବ୍ରାଉନସୁଗାର ଜବତ – ବେପାରୀ ବାପି ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ ସଫଳତା । ଅନେକ ଦିନ ହେଲା ଟ୍ରାକରେ ଥିବା ବ୍ରାଉନସୁଗାର ବେପାରୀ ଶିବାନନ୍ଦ ସାହୁ@ବାପିକୁ ଧରିବାରେ…