ଅପରାଧ ଜାଲ ଇନଷ୍ଟାଗ୍ରାମରେ ମହିଳାଙ୍କ ଅଶ୍ଲିଳ ଫଟୋ ଦେଇ ଗିରଫ ହେଲେ ଯୁବକ Angul OnlineMay 2, 2023May 2, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଥାନା ଅଞ୍ଚଳର ଜଣେ ୨୭ ବର୍ଷର ମହିଳାଙ୍କ ନାମରେ ଜାଲ ଇନଷ୍ଟାଗ୍ରାମ ଆଇଡି ଖୋଲି ଅଶ୍ଳିଳ ଭିଡିଓ ଓ ଫଟୋ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି । ସୂଚନା ଯେ, ଜଣେ ଅଜଣା ଯୁବକ ଅଭିଯୋଗକାରିଣୀ ମହିଳାଙ୍କ ନାମରେ ଏକ ଇନଷ୍ଟାଗ୍ରାମ ଆଇଡି ଖେଲି ତାଙ୍କୁ ତାଙ୍କ ଇନଷ୍ଟାଗ୍ରାମକୁ ଓ ତାଙ୍କ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଆଇଡିକୁ ଅଶ୍ଳିଳ ଭିଡିଓ ଓ ଫଟୋ ପୋଷ୍ଟ କରି ହଇରାଣ କରିଚାଲିଥିଲେ। ଏ ନେଇ ମହିଳା ଗତ ୧୩ ତାରିଖ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସାଇବର ଅପରାଧକୁ ଗୁରୁତ୍ବ ଦେଉଥିବା ନୂଆ ଏସ୍ପି ସୁଧାଶୁଂ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଏହି ମାମଲାକୁ ଗୁରୁତ୍ବ ଦିଆଯାଇ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିବାରେ ସଫଳ ହୋଇଛି ସାଇବର ପୁଲିସ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ପଦ୍ମାବତୀପୁର ଗାଁର ରକିଦେଭ ବିଶ୍ବାଳ(୨୪) ନାମକ ଜଣେ ଯୁବକ ନିଜ ମୋବାଇଲରେ ନିଜ ଇମେଲ ଆଇଡିରେ ଅଭିଯୋଗକାରିଣୀ ମହିଳାଙ୍କ ନାମରେ ଏକ ଇନଷ୍ଟାଗ୍ରାମ ଆଇଡି ଖେଲି ଏହି ପୋଷ୍ଟ କରୁଥିଲେ । ଯାହାଫଳରେ ପୁଲିସକୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ସହଜ ହୋଇଥିଲା । ମଙ୍ଗଳବାର ପୁଲିସ ରକିଦେଭକୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ଦାଦାବଟି ମାଗି ୩ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର…
ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହି ଠାରୁ ଛେଣ୍ଡିପଦା ପୁଲିସ ସୋମବାର ରାତ୍ରୀ ୯ଟାରେ ଏକ ଚୋରା ବଲେରୋ ଗାଡିକୁ…
ମଞ୍ଚାରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା ଅନୁଗୁଳ – (ଅନୁଗୁଳ ଅନଲାଇନ୍)-୦୯/୧୦ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ବିଲମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଫସଲ ଜଗିବାକୁ…