ଅପରାଧ ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ଅଶ୍ଳିଳ ଭିଡିଓ ପୋଷ୍ଟକରି ଯୁବକ ଗିରଫ Angul OnlineMay 3, 2023May 3, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳିଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନାଅନୁସାରେ , ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିନାଳୀ ଗାଁର ସୁଶାନ୍ତ ସାହୁ(୨୦) ଜଣେ ବିବାହିତ ମହିଳାଙ୍କ ଅଶ୍ଳିଳ ଭିଡିଓ ସାମାଜିକ ଗଣ ମାଧ୍ୟମରେ ପ୍ରସାର କରିଥିଲେ । ଫଳରେ ମହିଳାଙ୍କ ସାମାଜିକ ସମ୍ମାନ ହାନୀ ହୋଇଛି । ଏ ନେଇ ମହିଳା ଅନୁଗୋଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁଶାନ୍ତ ସାହୁଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି । Advertisement
ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!! ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର…
ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ପାପସରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପତ୍ନୀ ମିତାଲି ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିମଳ ପ୍ରଧାନ ଏକ ଠେଙ୍ଗାରେ…
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…