ଅପରାଧ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ Angul OnlineJanuary 9, 2024January 9, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣଙ୍କ ହେଲେ ନାବାଳିକାଙ୍କ ଗାଁର ୨୨ ବର୍ଷୀୟ ଚନ୍ଦନ ମାଝୀ । ସୁଚନା ଅନୁସାରେ ଚନ୍ଦନଙ୍କ ଘର ତାଳଚେର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ନାବାଳିକାଙ୍କ ଗାଁରେ ଘର କରି ରହିଛନ୍ତି । ଗତ ଦୁଇ ଦିନ ତଳେ ଗାଁର ଜଣେ ୩ ବର୍ଷୀୟ ସମ୍ପର୍କୀୟ ଭାଣିଜୀକୁ ଚନ୍ଦନ ଭୁଲେଇ ଭାଲେଇ ଏକ ଶାଗୁଆନ ବଗିଚାକୁ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ତାଙ୍କ ଘର ଆଗରେ ଛଡିଦେଇ ପଳାଇ ଯାଇଥିଲା । ପରେ ପରିବାର ଲୋକ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ଜଣେ ଯୁବକଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା…
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…