ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଆହ୍ଵାନ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ନେତା ବାପୁଜୀ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ରାଜରାସ୍ତାରେ ଥିବା ୫ ଟି ପେଟ୍ରୋଲ ପମ୍ପରେ ଏହି ବିକ୍ଷୋଭ କରା ଯାଇଥିଲା । ପମ୍ପ ଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଉପରେ କାଳି ବୋଳି ପୋଷ୍ଟର ଚିରିଥିଲେ । ଛାତ୍ର କଂଗ୍ରେସ କର୍ମୀ ସିଧା ସଳଖ ଭାବେ କହିଥିଲେ ତୈଳ ଦର ବୃଦ୍ଧି ବର୍ତ୍ତମାନ ଛାତ୍ର , ଯୁବକ ମାନଙ୍କ ସହିତ ସାଧାରଣ ଲୋକଙ୍କ ପକେଟକୁ ବାଧୁଛି । ଏପରିସ୍ଥିତିରେ ଜନସାଧାରଣଙ୍କ ଟିକସ ପଇସାରେ ସରକାର ଏଭଳି ହୋର୍ଡିଙ୍ଗ ଲଗାଇବାକୁ ବରଦାସ୍ତ କରା ଯିବ ନାହିଁ ବୋଲି ଛାତ୍ର ନେତା ବାପୁଜୀ ପ୍ରଧାନ କହିବା ସହ ପ୍ରଧାନମନ୍ତ୍ରୀଙ୍କ ମନମୁଖୀ ଶାସନକୁ ଘୋର ନିନ୍ଦା କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଯଦି ସେ ପ୍ରବେଶ କରନ୍ତି ତେବେ କାଳି ମାଡ କରି ଛାତ୍ର କଂଗ୍ରେସ ସ୍ବାଗତ କରିବ ବୋଲି ବାପୁଜୀ ପ୍ରଧାନ କହିଛନ୍ତି । ଆଜିର ଏହି ବିକ୍ଷୋଭ ବେଳେ ଜିଲ୍ଲା ଛାତ୍ର କଂଗ୍ରେସ ପୁର୍ବତନ ସଭାପତି ତଥା ନଗର ସଭାପତି ସୁଦୀପ ମିଶ୍ର , ଯୁବନେତା ଶିବାନୀ ଶଙ୍କର ଗୌଡ , ଆଲୋକ ଦାଶ , ବାପୁନ ଦେହୁରୀ , ଉପେନ୍ଦ୍ର ଦେହୁରୀ , ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି ଫାରୁକ ଅହମ୍ମଦ , ଛାତ୍ର ନେତା ଅରୁପ ସାମଲ , ସମ୍ବିତ କୁମାର ସାହୁ , ସୁର୍ୟକାନ୍ତ ପ୍ରଧାନ , ରାକେଶ ରୋଷନ ସାହୁ , ଦେବୀ ପ୍ରସାଦ ସାହୁ , ରାକେଶ ଦେହୁରୀ , ସୋମ୍ୟରଞ୍ଜନ ପ୍ରଧାନ , ଲିପୁ ବେହାରା , ବିଷ୍ଣୁ ପ୍ରଧାନ , କୈଳାସ ପ୍ରଧାନଙ୍କ ବହୁ କର୍ମୀ ଯୋଗ ଦେଇଥିଲେ ।
What’s your Reaction?
+1
+1
+1
+1
+1
+1
+1