ଆଞ୍ଚଳିକ ବିଦ୍ୟୁତ ଆଘାତରେ ଯୁବକ ମୃତ Angul OnlineFebruary 11, 2023February 11, 2023 ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି ଗାଁର ୪୪ ବର୍ଷୀୟ ପଦ ଦାସ ବୋଲି ଜଣା ପଡ଼ିଛି । ସୂଚନା ଥାଉ କି ଗୁରୁବାର ମଧ୍ୟାହ୍ନରେ ସେ ଘରକୁ ପ୍ରବେଶ କରୁଥିବା ବେଳେ ହଠାତ ତାଙ୍କୁ କୌଣସି କାରଣରୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବଅଁରପାଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ପଦ ଦାସଙ୍କୁ ମୃତ ଘୋଷଣା କରିଥିଲେ । Advertisement
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ…
ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା…