ମୁଖ୍ୟ ଖବର ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ Angul OnlineMay 4, 2023May 4, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ନୁଆଁପାଲି ଗାଁର ଡାକ୍ତର ସାହୁଙ୍କ ୨୨ ବର୍ଷୀୟ ପୁଅ ପୁଷତ୍ତମ ସାହୁ । ସୂଚନା ଅନୁସାରେ ପୁଷତ୍ତମ ବାପାଙ୍କ ଏକ ମାତ୍ର ପୁଅ ହୋଇଥିବା ବେଳେ ଗ୍ରାଜୁଏସନ ପରେ ଚାକିରୀ ସନ୍ଧାନରେ ଥିଲେ । ଏଥିପାଇଁ ନାଲକୋ CISF ପଡ଼ିଆରେ ଥିବା ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ଦେବାକୁ ଆସିଥିଲେ । ସେଠାରେ ୫ କିମିକୁ ୧୮ ମିନିଟରେ ଅତିକ୍ରମ କରି ସଫଳ ମଧ୍ୟ ହୋଇଥିଲେ । ତେବେ ତା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଘମେ ନାଲକୋ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଗାଁରେ ଜଣା ପଡିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ଡାକ୍ତରଙ୍କ ପୁଅକୁ ଡାକ୍ତରୀ ପଢାଇବା କହି କୋଟିଏ ଟଙ୍କାର ଠକେଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ହାତୀ ଆକ୍ରମଣରେ ମହିଳା ମୃତ ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା…