ମୁଖ୍ୟ ଖବର ସାପ କାମୁଡାରେ ଯୁବକ ମୃତ (ଭିଡିଓ) Angul OnlineSeptember 8, 2022September 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮ ବର୍ଷୀୟ ଲିପୁନ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଇଣ୍ଡାର ଏକ ଗ୍ୟାରେଜ ରେ କାମ କରୁଥିବା ଲିପୁନ ଏବଂ ଅନ୍ୟ ୫ ଜଣ କାମ ସାରି ଖଟରେ ଶୋଇଥିଲେ । ତେବେ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ମଝିରେ ଶୋଇଥିବା ଲିପୁନଙ୍କୁ କାମୁଡି ଦେଇଥିଲା । ଶାପ କାମୁଡିବା ପରେ ଅନ୍ୟମାନେ ଲିପୁନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଆଠଗଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାପଟି ଲିପୁନକୁ କାମୁଡି ସାରିବା ପରେ ସେଇଠି ବୁଲୁଥିବାର ଏକ ଭିଡିଓ ଆମର ଅହସ୍ତଗୟତ ହୋଇଛି । ଦେଖନ୍ତୁ କିଭଳି ବୁଲୁଛି ସାପ । https://angulonline.com/wp-content/uploads/2022/09/WhatsApp-Video-2022-09-08-at-18.41.01.mp4 Advertisement
ଟ୍ରେନରେ କଟି ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର…
ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…
ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ ଛେଣ୍ଡିପଦା – ଭୋରରୁ ଉଠିଲେ ନାହିଁ , କି ପାଠ ପଢିଲେ ନାହିଁ । ଏଥିପାଇଁ ରାଗିଗଲେ କୋଚିଂ ସେଣ୍ଟରର ମାଲିକ । ଆଉ ଛାତ୍ରଙ୍କୁ ଜଣ…