ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି(ଶୁକ୍ରବାର) ମଧ୍ୟାହ୍ନରେ ସେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନିଜ ବ୍ୟକ୍ତିଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁଗୁଳ ଅନଲାଇନକୁ ସୂଚନା ଦେଇଛନ୍ତି । ଏହା ସହ ସେ ବର୍ତ୍ତମାନ ଦଳରେ ତଥା ଦଳ ପକ୍ଷରୁ ଦିଆ ଯାଇଥିବା ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ପଦବୀରେ ରହି ବୋଲି କହିଛନ୍ତି । ବର୍ତ୍ତମାନ ଦଳ ଛାଡିବାର ତାଙ୍କର କୌଣସି ଉଦ୍ୟେଶ ନାହିଁ ବୋଲି ସୂଚନା ଦେଇଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ତ୍ରୀସ୍ତରୀୟ ନିର୍ବାଚନରେ ପ୍ରିୟଦର୍ଶୀ ତାଙ୍କ ନିକଟତ୍ତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୨୨୧୯ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ସେ ପୂର୍ବରୁ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ତେବେ ପ୍ରିୟଦର୍ଶୀଙ୍କ ଏଭଳି ଅଚାନକ ଇସ୍ତଫା ଦେବା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହୁଥିବା ବେଳେ ଲୋକ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆଶାୟୀ ଥିବା ବେଳେ ତାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରା ଯାଇ ନଥିଲା । ଏଥିପାଇଁ ସେ ଅସନ୍ତୁଷ୍ଟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ବିଧାୟକ ରଜନୀକାନ୍ତ ସିଂହଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପ୍ରିୟଦର୍ଶୀ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ବିଧାୟକ ରଜନୀକାନ୍ତ ସିଂହଙ୍କ ଭୂମିକା କଣ ରହିଛି ଆଉ ଆଗକୁ କଣ ରହୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
What’s your Reaction?
+1
2
+1
2
+1
1
+1
4
+1
10
+1
+1
1