ଭଲ ଖବର ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର Angul OnlineAugust 21, 2023August 21, 2023 ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ମଞ୍ଜୁର ହୋଇଛି । ଏହା ସହ ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ସ୍କୁଲକୁ ଗସ୍ତ କରିଥିଲେ । ଏହି ଅବସରରେ ସେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କଥା ହେବା ସହିତ ବିଦ୍ୟାଳୟର କାର୍ଯ୍ୟ ଗୁଡିକୁ ଦେଖିବା ସହ ସ୍କୁଲର ବିକାଶ ପାଇଁ ଭାରତ ସରକାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । Advertisement
ଭାତ ଓ ଭଜାରେ ଚତୁର୍ଦ୍ଧାମୁରତୀ ଅନୁଗୁଳ – ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ , ସେହି ଶାଗ ଭଜାରେ ଆଜି ଆଉ ଜଣେ…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…