ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର ଓଡ଼ିଶାରେ ୩୫୮ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୧୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଅନୁଗୁଳ ଜିଲ୍ଲାର ବଇଣ୍ଡାରେ ଡାକ୍ତର ଓମକାର ନାଥ ସ୍ଵାଇଁ , ତାଳଚେରରେ ନୀଲେଶ ମହାରଣା  , ପବିତ୍ରନଗରରେ ଶାଶ୍ଵତ ସୋମ୍ୟ ଶାସମଲ , କଣିହାଁରେ ଆଶିଷ କୁମାର ଦାସ  , ପାଇକସାହିରେ ଅଦ୍ୟାଷା ମିଶ୍ର  , ଗୁରୁଜାଙ୍ଗରେ ସୁଚିତ୍ରା ପତି , ପତାକାରେ ବିକାଶ ରଞ୍ଜନ ମିଶ୍ର , କିଶୋରନଗରରେ ସୁପରିତା ଶୁଭଦର୍ଶିନୀ , ପୁରୁଣାଗଡରେ ପଲ୍ଲବୀ ବେହେରା , ଜମରଡିହରେ ନନ୍ଦିତା ସାହୁ , ଗୋପାଳପ୍ରସାଦରେ ସ୍ଵର୍ଣ୍ଣ ପ୍ରିୟା ନାଏକ , ରଜଡଙ୍ଗରେ ସୋମ୍ୟ ରଞ୍ଜନ ବେହେରା ଏବଂ ମାଧପୁରରେ ଶିବଦତ୍ତ ପ୍ରଧାନ ଓ ଦିଶା ଦିବ୍ୟାସା ଭଳି ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଛି ।  

What’s your Reaction?
+1
3
+1
0
+1
0
+1
0
+1
29
+1
1
+1
3

Share:

Share on facebook
Share on twitter
Share on whatsapp
Share on telegram

Sponsored